୬୦ ଲକ୍ଷ ଟଙ୍କାର ଗଚ୍ଛିତ ଗଂଜେଇ ଜବତ, ମାଫିଆ ଫେରାର

ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ପାଡୁଆ ପୋଲିସକୁ ବଡ ସଫଳତା । ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ  l

ଲମତାପୁଟ : ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ପାଡୁଆ ପୋଲିସକୁ ବଡ ସଫଳତା । ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ  l ପାଡୁଆ ପୁଲିସ୍ ଦ୍ୱାରା ବାଡେଲ ପଞ୍ଚାୟତର ଗୋଡ଼ିପୁଟ ଜଙ୍ଗଲରୁ ୬ କୁଇଁଣ୍ଟlଲ ଗଞ୍ଜେଇ ଜବତ କରା ଯାଇଥିବା ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର୍ ହୋଇ ଯାଇଛନ୍ତି ।  ଏହି ଗଞ୍ଜେଇ କାହାର ଏବଂ କେଉଁମାନେ ସମ୍ପୃକ୍ତି ରହିଛନ୍ତି ପୋଲସ ଅଧିକ ତଦନ୍ତ ଜାରି ରଖିଛି  I

ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ନିମନ୍ତେ ଗୋଡିପୁଟ ନିକଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖିଥିବା ସୂଚନା ପାଇଥିଲା ପାଡୁଆ ପୋଲିସ । ପାଡୁଆ ପୋଲିସ ଏକ ସ୍ୱତନ୍ତ୍ର ଟିମ ନେଇ ଜଙ୍ଗଲ ରେ ଚଢଉ କରି ୫୦ଟି ଜରି ବସ୍ତାରେ ପେକିଂ କରା ଯାଇଥିବା ଗଞ୍ଜେଇ ଜବତ କରିଥିଲା ।

କିନ୍ତୁ ଅନ୍ଧାର ସୁଯୋଗ ନେଇ ଗଞ୍ଜେଇ ମାଫିଆ ଜଙ୍ଗଲ ଭିତରକୁ ଖସି ଫେରାର ହୋଇଯିବାରେ ସଫଳ ହୋଇଥିଲେ । ପାଡୁଆ ପୋଲିସ NDPS ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପୋଲିସ ସୂଚନା ଦେଇଛି  l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.