iPhone 15ରେ ମିଳୁଛି ବଡ଼ ଡିସକାଉଣ୍ଟ, ଜାଣନ୍ତୁ କେମିତି ଉଠାଇବେ ଲାଭ

ସେପ୍ଟେମ୍ବର ୨୦୨୩ ରେ ନୂଆ ଆଇଫୋନ୍ ସିରିଜ୍ ଲଞ୍ଚ ହୋଇପାରେ । ଯଦି ଆପଣ ଏତେ ଦିନ ଅପେକ୍ଷା କରିବାକୁ ଚାହୁଁନାହାଁନ୍ତି ତେବେ ଆପଣ iPhone 15 କିଣି ପାରିବେ । ଆଇଫୋନ୍ 15 ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଡିସକାଉଣ୍ଟ ସହ ମିଳୁଛି ।

ଚଳିତ ବର୍ଷ ଆପଲ୍ iPhone 15 ସିରିଜ୍ ଲଞ୍ଚ ହେବ ବୋଲି କୁହାଯାଉଛି । ସେପ୍ଟେମ୍ବର ୨୦୨୩ ରେ ନୂଆ ଆଇଫୋନ୍ ସିରିଜ୍ ଲଞ୍ଚ ହୋଇପାରେ । ଯଦି ଆପଣ ଏତେ ଦିନ ଅପେକ୍ଷା କରିବାକୁ ଚାହୁଁନାହାଁନ୍ତି ତେବେ ଆପଣ iPhone 15 କିଣି ପାରିବେ । ଆଇଫୋନ୍ 15 ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଡିସକାଉଣ୍ଟ ସହ ମିଳୁଛି । ଆପଣ ଏହି ସ୍ମାର୍ଟଫୋନ୍ କୁ ମାତ୍ର ୬୫,୯୯୯ ଟଙ୍କାରେ କିଣି ପାରିବେ । ଷ୍ଟୋରେଜ୍ ଭାରିଆଣ୍ଟ ଅନୁସାରେ ଆପଣଙ୍କୁ ଡିସକାଉଣ୍ଟ ମିଳିବ ।

ଆପଲ୍ iPhone 15ର ୧୨୮ ଜିବି ଭାରିଆଣ୍ଟକୁ ୭୯,୯୦୦ ଟଙ୍କାରେ ଲଞ୍ଚ କରାଯାଇଥିଲା । କିନ୍ତୁ ଆପଣ ଏହି ଫୋନକୁ ମାତ୍ର ୬୫,୯୯୯ ଟଙ୍କାରେ କିଣି ପାରିବେ । ଆପଣ ଏହି ଫୋନରେ ୧୧,୯୦୧ ଟଙ୍କା ସେଭ୍‌ କରିପାରିବେ । ଏହା ବ୍ୟତୀତ ୨୫୬ ଜିବି ଏବଂ ୫୧୨ ଜିବି ମଡେଲରେ ମଧ୍ୟ ବଡ଼ ଡିସକାଉଣ୍ଟ ମିଳୁଛି । ୨୫୬ ଜିବି ଭାରିଆଣ୍ଟ କିଣିଲେ ଆପଣ ୧୩,୯୦୧ ଟଙ୍କା ସେଭ୍‌ କରିପାରିବେ । ଏହାର ରିଏଲ୍‌ ପ୍ରାଇସ୍‌ ୮୯,୯୦୦ ଟଙ୍କା କିନ୍ତୁ ଆପଣ ଏହାକୁ ୭୫,୯୯୯ ଟଙ୍କାରେ କିଣି ପାରିବେ । ଏହି ଫୋନ୍ ଫ୍ଲିପକାର୍ଟରେ ୧୫ ପ୍ରତିଶତ ଡିସକାଉଣ୍ଟରେ ମିଳୁଛି ।

ଆପଲ୍ iPhone 15ର ୫୧୨ ଜିବି ଭାରିଆଣ୍ଟର ଦାମ୍‌ ୧,୦୯,୯୦୦ ଟଙ୍କା, କିନ୍ତୁ ଆପଣ ଏହି ଫୋନକୁ ୯୫,୯୯୯ ଟଙ୍କାରେ କିଣି ପାରିବେ । ଫ୍ଲିପକାର୍ଟରୁ ଏହି ଫୋନ୍ କିଣିବା ଉପରେ ଆପଣ ୧୩,୯୦୧ ଟଙ୍କାର ଡିସକାଉଣ୍ଟ ପାଇବେ । ଇ-କମର୍ସ ପ୍ଲାଟଫର୍ମ ଏହି ମଡେଲରେ ୧୨ ପ୍ରତିଶତ ଡିସକାଉଣ୍ଟ ଦେଉଛି ।

ଯଦି ଆପଣ ଅଧିକ ସେଭ୍‌ କରିବାକୁ ଚାହୁଁଛନ୍ତି, ତେବେ ଆପଣ ବ୍ୟାଙ୍କ ଅଫରର ଲାଭ ଉଠାଇ ପାରିବେ । ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କାର୍ଡରେ ୫% ପର୍ଯ୍ୟନ୍ତ ଲାଭ ମିଳୁଛି । ଏହା ବ୍ୟତୀତ ଅନ୍ୟ ବ୍ୟାଙ୍କ କାର୍ଡରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ସେଭ୍‌ କରିପାରିବେ । iPhone 15 କିଣିବା ପାଇଁ କମ୍ପାନୀ EMI ଅପ୍ସନ ମଧ୍ୟ ଦେଉଛି, ଯାହା ଆପଣଙ୍କୁ ଫୋନ୍ କିଣିବାରେ ସାହାଯ୍ୟ କରିବ ।

iPhone 15 ସ୍ପେସିଫିକେସନ୍‌:

ଡିସପ୍ଲେ : iPhone 15ରେ ୬.୧ ଇଞ୍ଚର OLED ସୁପର ରେଟିନା XDR ସ୍କ୍ରିନ୍ ରହିଛି । ଏଥିରେ ୨୦୦୦ ନିଟ୍ସର ପିକ୍‌ ବ୍ରାଇଟନେସ୍‌ ମିଳିବ । ।ଇନାମିକ୍‌ ଆଇଲ୍ୟାଣ୍ଡ ଫିଚର ସହ ଏଥିରେ ସିରାମିକ୍‌ ସିଲ୍ଡ ପ୍ରୋଟେକ୍ସନ ଭଳି ଫିଚର ମିଳିବ ।

ଚିପସେଟ: IP68 ରେଟିଂ ସହିତ ଆସୁଥିବା ଆଇଫୋନରେ A16 ବାୟୋନିକ୍ ଚିପସେଟର ସପୋର୍ଟ ଅଛି । ଏହି ସ୍ମାର୍ଟଫୋନ୍ iOS 17 ସଫ୍ଟୱେରରେ ଚାଲିଥାଏ ।
ବ୍ୟାଟେରୀ: iPhone 15 ରେ ଓ୍ଵାୟର୍ଡ ଏବଂ ଓ୍ଵାୟର୍ଡ ଲେସ୍‌ ଚାର୍ଜିଂ ସପୋର୍ଟ ସହିତ ୩,୩୪୯ mAh ବ୍ୟାଟେରୀ ଅଛି । ଏହା USB ଟାଇପ୍‌ C କେବୁଲ ଚାର୍ଜର ଦ୍ୱାରା ଚାର୍ଜ ହୋଇଥାଏ ।

କ୍ୟାମେରା: ଫଟୋଗ୍ରାଫି ପାଇଁ ପଛରେ ୪୮ MP ଏବଂ ୧୨ MP କ୍ୟାମେରା ଦିଆଯାଇଛି । ଏହା ସହିତ ଭିଡିଓ କଲ୍ ଏବଂ ସେଲଫି ପାଇଁ ୧୨ MPର ଫ୍ରଣ୍ଟ କ୍ୟାମେରା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.