ଗଞ୍ଜାମ ଜିଲ୍ଲାରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ଲକ୍‌ଡାଉନ୍‌

ଗଞ୍ଜାମ : ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ରହିବ ଗଞ୍ଜାମ ଜିଲ୍ଲା । ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସକାଳ ୫ଟାରୁ ଦିନ ୪ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଦୋକାନୀ ଓ ଗରାଖ ଉଭୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯେଉଁ ଦୋକାନୀମାନେ ସାମାଜିକ ଦୂରତା ନରଖିବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବା ସହ ଦୋକାନ ସିଲ୍‌ କରାଯିବ । ଠିକ୍‌ ଭାବେ ମାସ୍କ ନପିନ୍ଧିଲେ ମଧ୍ୟ ଫାଇନ୍‌ ଦେବାକୁ ପଡ଼ିବ ।

ସେହିପରି ଗଞ୍ଜାମକୁ ଅନ୍ୟ ଜିଲ୍ଲା ଲୋକଙ୍କ ଯାତାୟତ ଉପରେ କଟକଣା ରହିବ । ବ୍ରହ୍ମପୁର ସହରକୁ ମଧ୍ୟ ଅନ୍ୟ ଜିଲ୍ଲାରୁ ଯାତାୟତ ଉପରେ ବାରଣ କରାଯାଇଛି । ସରକାରଙ୍କ ନିୟମ ଅନୁସାରେ ପ୍ରତି ଶନିବାର ଓ ରବିବାର ଜିଲ୍ଲା ସଟ୍‌ଡାଉନ୍‌ ରହିବ । ଜିଲ୍ଲାପାଳ କହିଛନ୍ତି, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଘରକୁ ଘର ସର୍ଭେ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.