ଆସନ୍ତାକାଲିଠୁ ରାୟଗଡ଼ା ଜିଲ୍ଲା ୭୨ ଘଣ୍ଟା ପାଇଁ ସଟ୍ଡାଉନ, ଦୁଇ ଦିନ ବନ୍ଦ ରହିବ ମୁଖ୍ୟ ଚିକିତ୍ସାଳୟର ଓପିଡି
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ୭୨ ଘଣ୍ଟା ସଟ୍ଡାଉନ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆସନ୍ତାକାଲିଠୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ମଧ୍ୟ ୨ ଦିନ ବନ୍ଦ ରହିବ । ଜିଲ୍ଲାରେ ଆଜି ୧୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା ସହରର ୪୯ ଜଣ, ଗୁଣୁପୁର ଗ୍ରାମାଞ୍ଚଳରୁ ୪୦ ଜଣ ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।