ଗୁଗଲ ମ୍ୟାପ୍‌ ଲଞ୍ଚ୍‌ କଲା ଆଉ ଏକ ବଢ଼ିଆ ଫିଚର, ଏବେ ଅନ୍ୟ ୟୁଜରଙ୍କ ସାହାଯ୍ୟ ନେଇ ଆପଣ ଖୋଜିପାରିବେ ସ୍ଥାନ

ବର୍ତ୍ତମାନ ସମୟରେ ଗୁଗଲ ମ୍ୟାପ୍‌ ସାହାଯ୍ୟରେ ଲୋକମାନେ ଯେକୌଣସି ସ୍ଥାନକୁ ସହଜରେ ଯାଇପାରୁଛନ୍ତି। ଗୁଗଲ ସବୁବେଳେ ନିଜ ଏହି ସର୍ଭିସକୁ ସୁଦୃଢ଼ କରିବା ପାଇଁ କାମ ଚଲାଇଛି। ଏଥିପାଇଁ ଗୁଗଲ କେତେକ ନୂଆ ଫିଚର ଆଡ୍‌ କରିଛି। ନିକଟରେ ୟୁଜରଙ୍କ ପାଇଁ ଗୁଗଲ ଏକ ନୂଆ ସୁବିଧା ଆରମ୍ଭ କରିଛି। ଏହି ସୁବିଧା ଅନ୍ତର୍ଗତ ୟୁଜର୍ସଙ୍କୁ କୌଣସି ସ୍ଥାନକୁ ଯିବାକୁ ହେଲେ ସ୍ଥାନୀୟ ମାର୍ଗଦର୍ଶକକୁ ଫଲୋ କରିବାକୁ ସୁବିଧା ଦିଆଯାଇଛି।

Google Maps adds tools for donations and online classes amid ...

ଏହି ନୂଆ ଫିଚରକୁ ଗୁଗଲ ଗତ ବର୍ଷ ନଭେମ୍ବରରେ ନୂଆଦିଲ୍ଲୀ ସମେତ ଦେଶର ନଅଟି ସହରରେ ଲଞ୍ଚ୍‌ କରିଥିଲା। ଏବେ ଏହି ଫିଚରକୁ ସାରା ବିଶ୍ୱରେ ଲାଗୁ କରାଯିବ। ଏହି ସୁବିଧା ଉପଯୋଗ କରି ୟୁଜର ଯେକୌଣସି ୟୁଜରଙ୍କୁ ଫଲୋ କରିପାରିବେ। ଫଳରେ ସେ ତାଙ୍କ ଠାରୁ ପରାମର୍ଶ ନେଇପାରିବେ। ଏହାକୁ Google Maps ଆପ୍‌ରେ ଅପ୍‌ଡେଟ୍‌ ଟ୍ୟାବ୍‌ରେ ହାଇଲାଇଟ୍‌ କରାଯିବ।

ଗୁଗଲ ମ୍ୟାପ୍‌ ୟୁଜର୍ସଙ୍କ ଲାଗି ଆପ୍‌ର ପ୍ରୋଫାଇଲ୍‌ରେ ନୂଆ ନୂଆ ଫିଲ୍ଟର ମଧ୍ୟ ଦେଉଛି। ଏହା ସାହାଯ୍ୟରେ ଲୋକମାନେ ନିଜ ସ୍ଥାନ ବିଷୟରେ ସେୟାର କରିବାକୁ ଅଧିକ ସୁଯୋଗ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.