ଆମ୍ବୁଲାନସ ଗାଡିରେ ଗଞ୍ଜେଇ!

ganjei

ମାଲକାନଗିରି : ଦିନିକୁ ଦିନ ରାଜ୍ୟରେ ଗଞ୍ଜେଇ ଚାଲଣା ବଢ଼ିବାରେ ଲାଗିଛି। ନିକଟରେ ନକଲି ଆମ୍ବୁଲାନ୍‌ସ ଗାଡିରେ ହେଉଛି ଗଞ୍ଜେଇ ଚାଲାଣ । ମୃତଦେହକୁ ଯେପରି ଆମ୍ବୁଲାନ୍ସରେ ଧଳା କପଡ଼ା ଘୋଡାଇ ରଖାଯାଇଥାଏ, ଠିକ୍‌ ସେହିପରି ଗଞ୍ଜେଇ ବସ୍ତାକୁ ଧଳା କପଡ଼ା ଘୋଡାଇ ଆମ୍ବୁଲାନ୍‌ସରେ ରଖାଯାଇଥିଲା । ମାଲକାନଗିରି ମାଥିଲି ଗୋବିନ୍ଦପାଲି ନିକଟରୁ ଏହି ନକଲି ଆମ୍ବୁଲାନ୍‌ସରୁ ଗଞ୍ଜେଇ ଜବତ ହୋଇଛି । ଏକ କ୍ୱିଣ୍ଟାଲ ୨୩ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷରୁ ଅଧିକ ଟଙ୍କା ହେବ । ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି । ଆମ୍ବୁଲାନ୍‌ସରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢାଉ କରି ଏସବୁ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.