ଶିଶୁ ମୃତ୍ୟୁରୁ ଉତ୍ତେଜନା : ଭୁଲ ଟୀକା ଯୋଗୁଁ ୨ ମାସ ଶିଶୁର ମୃତ୍ୟୁ

new bornକେନ୍ଦୁଝର : ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର କୁଶକଳା ଗାଁରେ। ଭୁଲ ଟୀକା ଯୋଗୁଁ ୨ ମାସ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି କରାଳପତି ଗାଁର ଦାସରଥୀ ଓ ଶକୁନ୍ତଳାଙ୍କ ଶିଶୁକୁ ପୋଲିଓ ଟୀକା ଦିଆଯିବା ପରେ ତାକୁ ଜ୍ୱର ହୋଇଥିଲା। ଏହାପରେ ତାକୁ ପାରାସିଟାମଲ୍ ଦିଆଯାଇଥିଲା।

ଖାଇବା ପରେ ଶିଶୁଟି ଅଚେତ ହୋଇପଡିଥିଲା ଏବଂ ଟୀକା ଦିଆଯାଉଥିବା ସ୍ଥାନରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ଗାଁଲୋକେ ଟୀକା ଦେଇଥିବା ଆଶାକର୍ମୀକୁ ଅଟକ ରଖିଥିଲେ। ଏବେବି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।

Leave A Reply

Your email address will not be published.