କେନ୍ଦୁଝର: ନବରାତ୍ରୀ ଅବସରରେ ବଡବିଲ୍‌ରେ ଗୁଜୁରାଟି ସନାତନ ସମାଜ ପକ୍ଷରୁ ଗର୍ବା ଉତ୍ସବ ପାଳିତ

କେନ୍ଦୁଝର(କେନ୍ୟୁଜ୍): ନବରାତ୍ରୀ ଅବସରରେ ଚାରିଆଡ଼େ ଦାଣ୍ଡିଆ ଓ ଗର୍ବାର ଧୁମ୍‌। ଆନନ୍ଦ ଓ ଉଦ୍ଦୀପନା ମଧ୍ୟରେ କେନ୍ଦୁଝର ଜିଲ୍ଲା ବଡବିଲ୍‌ରେ ଗୁଜୁରାଟି ସନାତନ ସମାଜ ପକ୍ଷରୁ ଗର୍ବା ଉତ୍ସବ ପାଳିତ ହେଉଛି। ମାନବ ସମାଜର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ୯ଦିନ ଧରି ସମସ୍ତ ରୀତିନୀତି ଅନୁସାରେ ଅମ୍ବେ ମାଆଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଦାଣ୍ଡିଆ ରାସ ଅନୁଷ୍ଠିତ ହେଉଛି। ଆଧୁନିକ ସଙ୍ଗୀତର ତାଳେ ତାଳେ ଦାଣ୍ଡିଆ ନୃତ୍ୟ ପରିବେଷଣ ସମସ୍ତଙ୍କୁ ବେଶ୍‌ ଆକର୍ଷିତ କରୁଛି। ପ୍ରତିଦିନ ସଂଧ୍ୟାରେ ଜମୁଛି ଭିଡ଼। ଏଥିପାଇଁ ସମସ୍ତ ଅରକେଷ୍ଟ୍ରାର ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.