ବେକକାଟି ଯୁବତୀଙ୍କ ଆତ୍ମହତ୍ଯା ଉଦ୍ଯମ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଆନନ୍ଦପୁର(କେନ୍ୟୁଜ୍‌): କେନ୍ଦୁଝର ଜିଳ୍ଲା ଘଷିପୁରା ଥାନା କଇନିପୁରା ଗ୍ରାମରେ ଜଣେ ୨୦ ବର୍ଷିୟ ଯୁବତୀ ନିଜ ବେକ କାଟି ଆତ୍ମହତ୍ଯା ଉଦ୍ଯମ କରିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରେ ପ୍ରାଥମିକ ଚିକିତ୍ସା କରାଯିବାପରେ କଟକ ସ୍ଥାନାନ୍ତର କରାଯାଇଛି ।

ନିଜ ଘରେ ସେ କୌଣସି ଏକ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଥିବା କୁହାଯାଉଛି । ତେବେ କେଉଁ କାରଣରୁ ସେ ଏଭଳି ନିଷ୍ପତି ନେଲେ ତାହା ସ୍ପଷ୍ଟ ହୋଇନାହିଁ । ମେଡିକାଲ ସୂତ୍ରରୁ ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.