ବାହାଘର ପାଇଁ ଜିଦ୍‌ କରୁଥିବା ପ୍ରେମିକାକୁ କଣ ପେଇଦେଲା ପ୍ରେମିକ, ବାସ୍‌ ତାପରେ ସବୁ ସରିଗଲା

ମାଆଟି ଆଜି ରାସ୍ତା ଉପରେ ତଳେ ଗଡି ଗଡି ଛାତି ଫଟେଇ କାନ୍ଦୁଛି, କାହିଁକି ନା ଝିଅ ବିଦା ହେଉଛି । ଏ କାନ୍ଦଣା ଝିଅ ଶାଶୁ ଘରକୁ ବିଦାୟ ବେଳର କାନ୍ଦ ନୁହେଁ, ଝିଅ ପୁରୀ ସ୍ବର୍ଗଦ୍ଵାରକୁ ଯିବା ବେଳେ ଇଏ ସେହି ହୃଦୟ ବିଦାରକ ଦୃଶ୍ୟ । ଝିଅକୁ ସବାରୀରେ ବିଦା ବେଳର ଇଏ କାନ୍ଦଣା ନୁହେଁ ଝିଅକୁ କୋକେଇରେ ସ୍ବର୍ଗ ଯାତ୍ରା ଗାଡ଼ିରେ ବିଦାୟ ବେଳର । ଯୋଉ ମାଆ ଆଉ ଦିନ କେଇଟାରେ ଝିଅକୁ ବାହା ଦେଇଥାନ୍ତା ସେହି ମାଆ ଆଗରେ ଝିଅ ଯେତେବେଳେ ସ୍ବର୍ଗ ଯାତ୍ରା ଗାଡ଼ିରେ ଶ୍ମଶାନକୁ ଯାଉଛି, କିଏବା ଧୈର୍ଯ୍ୟ ଧରି ରହି ପାରିବ?

ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳ ବଂକିଲୋ ଗାଁର । ଏ ଗାଁରେ ଘଟିଛି ଏମିତି ଏକ ସ୍ପର୍ଶ କାତର ଘଟଣା ଯାହାକି ସମସ୍ତଙ୍କୁ ସ୍ତବ୍‌ଧ କରିଦେବ। ଅଭିଯୋଗ ଅନୁଯାୟୀ, ଡେଲାଙ୍ଗ ବଙ୍କିଲୋ ଗାଁ ଝିଅ ଆରିଶୋଲ ଗାଁ’ର ଜଣେ ଯୁବକ ବିଶ୍ବମ୍ବର ମହାପାତ୍ର ପ୍ରେମରେ ପଡ଼ି ଯାଇଥିଲେ। ଏକଥା ଉଭୟଙ୍କ ଘର ପରିବାର ଲୋକଙ୍କ ପାଖରେ ପହଞ୍ଚିଲା । ସେତେବେଳେ ଯୁବକର ଅସଲ ରୂପ କାହାରି ସାମ୍ନାକୁ ଆସି ନ ଥିଲା। ବିଶ୍ବମ୍ବର ସ୍ନେହା ସହିତ ଖାଲି ପ୍ରେମ ସମ୍ପର୍କ ରଖି ନ ଥିଲା ତା ସହିତ ଶାରୀରିକ ସମ୍ପର୍କ ରଖି ତାକୁ ଗର୍ଭବତୀ ବି କରି ଦେଇଥିଲା। ତେଣୁ ସ୍ନେହା ଜିଦ୍ ଧରି ଆଡି ବସିଥିଲା ବିଶ୍ବମ୍ବରଙ୍କୁ ବିବାହ କରିବା ପାଇଁ।….

ଯାହା ଏତଲାରେ ଉଲ୍ଲେଖ ରହିଛି କି ଜୁଲାଇ ୧୨ ତାରିଖ ଦିନ ସ୍ନେହ ଯାଇଥିଲା ମନ୍ଦିର। ଫେରିବା ରାସ୍ତାରେ ବିଶ୍ବମ୍ବର ତାକୁ ଉଠାଇ ନେଇ ପିଆଇ ଦେଇଥିଲା ଏମିତି କିଛି ଯାହାକି ଅନ୍ତିମ ଯାତ୍ରା ହୋଇଯାଇଥିଲା ସ୍ନେହା । ଏକଥା ଆମର ନୁହେଁ ଏକଥା ଝିଅ ମୃତ୍ୟୁ ପୂର୍ବରୁ ପୋଲିସ ଉପସ୍ଥିତିରେ ଦେଇଥିବା ଯମାନବନ୍ଦୀ । ଏଥିରେ ସେ ସ୍ପଷ୍ଟ କରିଥିଲା କି ଧୋକା ବାଜ, ବେଇମନ୍ ପ୍ରେମିକର ପ୍ରେମ କାହାଣୀ । ସେହି ଦିନ ଝିଅକୁ ଡେଲାଙ୍ଗ ମେଡିକାଲରେ ବାପା ପାଇଥିଲା । ବଞ୍ଚିବା ପାଇଁ ଜୀବନ ଯୁଦ୍ଧରେ ସଂଗ୍ରାମ କରିବା ସମୟରେ ସ୍ନେହକୁ ବାପା ଓ ପରିବାର ଲୋକେ ଆଣିଲେ କ୍ୟାପିଟାଲ ହସ୍ପିଟାଲକୁ । ପୁଣି କ୍ୟାପିଟାଲ ହସ୍ପିଟାଲରୁ ସ୍ଥାନାନ୍ତରିତ ହୋଇଥିଲା କଟକ ବଡ ଡାକ୍ତରଖାନାକୁ। ହେଲେ ବାପା ପରିବାର ଲୋକେ ଝିଅକୁ ଅବହେଳା ନକରି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଲେ। କିନ୍ତୁ ଜୀବନ ଯୁଦ୍ଧରେ ହରି ଯାଇଥିଲେ ସ୍ନେହା ।

ଆଖି ବୁଜି ଦେଇଥିଲା ସବୁଦିନ ପାଇଁ । ବଞ୍ଚିବାକୁ ଚାହୁଁଥିଲା ପେଟରେ ବଢ଼ୁଥିବା ପିଲାଟି ପାଇଁ । ହେଲେ ପାରିଲାନି। ଏ ନେଇ ବାପା ନିମାଇ ଏତଲା ଦେଇଥିଲେ ଡେଲାଙ୍ଗ ଥାନାରେ । ପରେ ପୋଲିସ ପ୍ରତାରିତ ପ୍ରେମିକ ବିଶ୍ବମ୍ବରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ନ୍ୟାୟ ପାଇଁ ଦାବି କରିଛନ୍ତି ସ୍ନେହାଙ୍କ ବାପା ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.