Below header

ଚାଣକ୍ୟ ନୀତି : ଏହି କାମକୁ କରିବା ପାଇଁ କେବେ ବି ପଛ ଘୁଞ୍ଚା ଦିଅନ୍ତୁ ନାହିଁ , ନଚେତ୍‌ ଅଟକି ଯାଇପାରେ ଉନ୍ନତି

ଆଚାର୍ଯ୍ୟ ଚାଣକ୍ୟ ଜୀବନରେ ସୁଖୀ ରହିବା ପାଇଁ ଅମୂଲ୍ୟ କଥାମାନ କହିଛନ୍ତି । ଯେଉଁ ଗ୍ରନ୍ଥର ନାମ ରଖାଯାଇଛି ନୀତିଶାସ୍ତ୍ର । ଏଥିରେ ସଫଳ ହେବା ପାଇଁ ବହୁ ପ୍ରକାର ନୀତି ତିଆରି କରାଯାଇଛି । ଚାଣକ୍ୟ କହିଛନ୍ତି ଯେ ବ୍ୟକ୍ତିକୁ କେବେ ଓ କେଉଁ ମାମଲାରେ ସନ୍ତୁଷ୍ଟ ରହିବା ଦରକାର ଓ କେଉଁଥିରେ ନୁହେଁ । କିଛି ଏପରି କାମ ଅଛି ଯାହାକୁ କରିବା ପାଇଁ ବ୍ୟକ୍ତିକୁ କେବେ ବି ପଛକୁ ହଟିବା କଥା ନୁହେଁ କିମ୍ବା ଏଥିରେ ସନ୍ତୁଷ୍ଟ ହେବା କଥା ନୁହେଁ । ତେବେ ଆପଣଙ୍କୁ ସଫଳତା ମିଳିବା ସହ ଉନ୍ନତିର ରାସ୍ତା ଖୋଲିଯିବ । ଆସନ୍ତୁ ଜାଣିବା କ’ଣ ସେହି କାମ ।

ସନ୍ତୋଷସ୍ତ୍ରିଷୁ କର୍ତ୍ତବ୍ୟଃ ସ୍ୱଦାରେ ଭୋଜନେ ଧନେ ।
ତ୍ରିଷୁ ଚୈବ ନ କର୍ତ୍ତବ୍ୟୋ ଅଧ୍ୟୟନେ ତପଦାନୟୋ ।।

ଶିକ୍ଷା :

ଚାଣକ୍ୟ କୁହନ୍ତି ଶିକ୍ଷାର କୌଣସି ବୟସ ନଥାଏ । ଜ୍ଞାନ ଯେଉଁଠୁ ମିଳେ ସେଠାରୁ ଗ୍ରହଣ କରିନେବା ଦରକାର । କାରଣ ଯୋଗ୍ୟ ହେବା ପାଇଁ ଶିକ୍ଷା ବହୁତ ଜରୁରୀ ଅଟେ । ଏଥିରେ ସନ୍ତୁଷ୍ଟ ହେଉଥିବା ଲୋକେ ପଛୁଆ ହୋଇ ଯାଆନ୍ତି । ତେଣୁ ଏଥିପାଇଁ ବ୍ୟକ୍ତିକୁ ସର୍ବଦା ଅସନ୍ତୁଷ୍ଟ ରହିବା ଦରକାର ।

ଜୟ :

ମନ୍ତ୍ର ଜପ କରିବା ଦ୍ୱାରା ବ୍ୟକ୍ତିକୁ ମାନସିକ ଶାନ୍ତି ମିଳିଥାଏ । ନିଜର ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ମନକୁ ଶାନ୍ତ ରଖିବା ଅତ୍ୟନ୍ତ ଜରୁରୀ । ଯଦ୍ୱାରା ଏକାଗ୍ର ହୋଇ ସଫଳତା ହାସଲ କରିପାରିବେ । ଚାଣକ୍ୟଙ୍କ ଅନୁସାରେ ମନ୍ତ୍ର ମନକୁ ଶୁଦ୍ଧ କରିଥାଏ । ଯେଉଁଥିରେ ସକରାତ୍ମକ ବିଚାର ସୃଷ୍ଟି ହୋଇଥାଏ । ଲକ୍ଷ୍ୟ ପ୍ରାପ୍ତ ପାଇଁ ନିରନ୍ତର ଜପ କିରିବା ଉଚିତ୍‌ ।

ଦାନ :

ଦାନ ଅର୍ଥ ଅନ୍ୟକୁ ସହାୟତା । ଏହି କାମକୁ କରିବା ପାଇଁ କେବେ ବି ପଛ ଘୁଞ୍ଚା ଦିଅନ୍ତୁ ନାହିଁ । ନିଶ୍ୱାର୍ଥ ଭାବ ଦ୍ୱାରା କରାଯାଉଥିବା ଦାନ ବ୍ୟକ୍ତିକୁ ସଫଳତା ମାର୍ଗରେ ପହଞ୍ଚାଇ ଦେଇଥାଏ । ତେଣୁ ଦାନ କରିବାରେ କେବେ ସନ୍ତୁଷ୍ଟ ରୁହନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.