ଦୀର୍ଘ ୫୦ବର୍ଷ ପରେ ବି ଚନ୍ଦ୍ରରେ ରହିଛି ଆଷ୍ଟ୍ରୋନଟଙ୍କ ପାଦ ଚିହ୍ନ, ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ…ଜାଣନ୍ତୁ କାରଣ କଣ

ବର୍ତ୍ତମାନ ସମୟରେ ଯଦି କିଛି ନୂଆ ଘଟୁଛି ତେବେ ତାହା ସଂଗେ ସଂଗେ ଭାଇରାଲ ହେଉଚି । କୋଟି କୋଟି ଲୋକଙ୍କ ପାଖରେ ସେ ଖବର ଟଯାଇ ପହଞ୍ଚିଯାଉଛି । ଏମିତିରେ ଆପଣ ତ ଜାଣନ୍ତି ଲୋକଙ୍କର ବେଶୀ ଇଣ୍ଟ୍ରେଷ୍ଟ ହୁଏତ ସାଇନ୍ସ ନାହିଁ ତ ଏଣ୍ଟରଟେନମେଣ୍ଟକୁ ନେଇ । ଏହାରି ଭିତରେ ଖବର ଆସିଛି କି ବିଜ୍ଞାନ ଆଉ ଟିକେ ଆଗକୁ ଯିବାରେ ସଫଳ ହୋଇଚି । ମାନେ ଆମେ କହୁଛୁ ସ୍ପେସ ଜର୍ଣ୍ଣିକୁ ନେଇ । ଏମିତି କଥା ଯାହା ଶୁଣିଲେ ଆପଣ କହିବେ ଏହା କେମିତି ସମ୍ଭବ ।

ଚନ୍ଦ୍ରରେ ପାଦ ରଖିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ଆଷ୍ଟ୍ରୋନଟ ନିଲ ଆମଷ୍ଟ୍ରଙ୍ଗ । ଆଉ ଏବେ ସେହି ଚାନ୍ଦରେ ଘର କରିବାକୁ ପୁରା ବିଶ୍ୱ ଲାଗିପଡିଛି । ଅପୋଲୋ ମୁନ ଲ୍ୟାଣ୍ଡିଙ୍ଗ ମିଶନକୁ ୫୦ବର୍ଷ ପୁରା ହୋଇଛି । କିନ୍ତୁ ଆଜି ବି ଚାନ୍ଦର ମାଟିରେ ଆଷ୍ଟ୍ରୋନଟଙ୍କ ପାଦ ଚିହ୍ନ ସେମିତି ରହିଛି । ଅନ୍ୟପଟେ ମଣିଷ ପୁଣିଥରେ ଚନ୍ଦ୍ରର ମାଟିରେ ଫେରବାପାଇଁ ଚେଷ୍ଟା କରୁଛି । ଏହାରି ଭିତରେ ଆମେ କେତେ ଆଗକୁ ଗଲେଣି ତାହା ବି ସମସ୍ତଙ୍କୁ ଜଣା । ଏ ଦିଗରେ ବିଜ୍ଞାର ତାର ଆପ୍ରାଣ ଚେଷ୍ଠା ଚଳାଇଛି । ଏମିତିରେ ଆମେରୀକା ସ୍ପେସ ଏଜେନ୍ସି ନାସା ଏକ ଭିଡିଓ ରିଲିଜ କରିଛନ୍ତି । ଏହି ଭିଡିଓରେ ଅପୋଲୋ ୧୧ମିଶନର ଆଷ୍ଟ୍ରୋନଟଙ୍କ ପାଦ ଚିହ୍ନ ଆଜି ବି ଚାନ୍ଦରେ ଦେଖିବାକୁ ମିଳୁଛି ।

ଅପୋଲୋ ୧୧ମିଶନ ଦ୍ୱାରା ନିଲ ଆମଷ୍ଟ୍ରଙ୍ଗ ଏଡବିନ ଇ ବଜ ଏଲ୍ଡିନ ଓ ମାଇକଲ କୋଲିଙ୍ଗସ ଚାନ୍ଦକୁ ଯାଇଥିଲେ । ତିନି ଆଷ୍ଟ୍ରୋନଟ୍ସ ୨୦ଜୁଲାଇ ୧୯୬୯କୁ ଚନ୍ଦ୍ର ମାଟିରେ ପହଞ୍ଚିଥିଲେ । ନାସା ଦ୍ୱାରା ରିଲିଜ କରାଯାଇତିବା ଭିଡିଓକୁ ତାର ଲୁନାର ରିକନସେସ ଅର୍ବିଟର ଦ୍ୱାରା ରେକର୍ଡ କରାଯାଇଚି । ଭିଡିଓରେ ଆଷ୍ଟ୍ରୋନଟ୍ସଙ୍କ ପାଦ ଚିହ୍ନ ୫୦ବର୍ଷ ପରେ ଆଜି ବି ଦେଖିବାକୁ ମିଳୁଛି । ଚନ୍ଦ୍ରମା ମାଟିରେ ଚାଲିବା ଓ ସେଠାକାର ମାଟିକୁ ପୃଥିବୀକୁ ଆଣିବା ଛଡା ଏଷ୍ଟ୍ରୋନଟ ସେଠାରେ ନିଜର ପହଞ୍ଚିବାର ପ୍ରମାଣ ମଧ୍ୟ ଛାଡିଛନ୍ତି । ଏମିତିରେ ପ୍ରଶ୍ନ ଉଠୁଛି କି ୫୦ବର୍ଷ ଧରି କିଭଳି ଚନ୍ଦ୍ରରେ ସେହି ପାଦ ଚିହ୍ନ ସେମିତି ରହିଲା ।

ପ୍ରକୃତ କଥା ହେଲା ପୃଥିବୀରେ ଆମେ ମାଟି ଫାଟିଥିବା ଦେଖିବାକୁ ମିଳେ । ଏହାର କାରଣ ପାଣିପବନ । ଯାହା ମାଟିରେ ପରିବର୍ତ୍ତନ ଆଣିଥାଏ । ଯଦିଓ ଚନ୍ଦ୍ରମାରେ ସେଭଳି ବାତାବରଣ ନଥିବାରୁ ନା ହି ପବନ ନାହିଁ ର ପାଣି । ଯାହା ଫଳରେ ସେଠାରେ ମାଟିରେ ଫାଟ ଦେଖାଯାଏ ନାହିଁ । ଚନ୍ଦ୍ରମାରେ ପାଣି ଜମା ଅବସ୍ଥାରେ ରହିଛି । ଏହା ଛଡା ଚନ୍ଦ୍ରମା ଉପରେ ଜ୍ୱାଳାମୁଖି ଗତିବିଧି ମଧ୍ୟ ନାହିଁ । ଯାହା ଚନ୍ଦ୍ର ମାଟିରେ ପରିବର୍ତ୍ତନର କାରଣ ହେବ । ଏଥିପାଇଁ ମାଟିରେ କୌଣସି ପରିବର୍ତ୍ତନ ହୁଏ ନାହିଁ । ଯାହା ଫଳରେ ଆଷ୍ଟ୍ରୋନଟଙକ୍‌ ପାଦ ଚିହ୍ନ ଏବେ ବି ସେମିତି ରହିଛି ।

ହଁ କିଛି କାରଣ ଏମିତି ଯେ ଚାନ୍ଦରେ ସେହି ଚିହ୍ନ ବଦଳିପାରେ । ଚନ୍ଦ୍ରଉପରେ ଉଲକା ପଡିବାର ବିପଦ ସବୁବେଳେ ରହିଥାଏ । ଯଦି ଉଲକା ପିଣ୍ଡ ଚାନ୍ଦର ମାଟି ଉପରେ ଆସି ପଡୁଛି ତେବେ ତାହା ପାଦ ଚିହ୍ନକୁ ମାଟିରେ ମିଶେଇ ଦେଇପାରେ । ଚନ୍ଦ୍ରମାରେ କୌଣସି ବାୟୁମଣ୍ଡଳ ନାହିଁ । ସୂର୍ଯ୍ୟଙ୍କ ଠୁ ଆସୁଥିବା ଚାର୍ଜ ପାର୍ଟିକିଲର ଧାରା ସେଠାରେ ପୃଥିବୀ ଭଳି ବାୟୁମଣ୍ଡଳ ତିଆରି କରିବାର କାମ କରିଥାଏ । ଯଦିଓ ଏହି ପ୍ରୋସେସ ବହୁତ ଧିମା ଅର୍ଥାତ ସ୍ଲୋ ପ୍ରୋସେସ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.