ପ୍ରେମିକର ପରିବାର ଲୋକଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ବିବାହିତା ପ୍ରେମିକା

ଆନନ୍ଦପୁର(କେ.ନ୍ୟୁଜ): ପ୍ରେମିକର ପରିବାର ଲୋକଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା। ତାଙ୍କୁ ଲୁଚାଇ ଅନ୍ୟ ଝିଅ ସହ ବିବାହ ପାଇଁ ପ୍ରେମିକର ପରିବାର ଲୋକ ଯୋଜନା କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ମଧୁକେଶରୀ ଗାଁରୁ ଆସିଛି ଏଭଳି ଅଭିଯୋଗ।

ରିପୋର୍ଟ ମୁତାବକ, ମଧୁକେଶରୀ ଗାଁର ଅଭିଜିତ୍‌ ମିଶ୍ର ତାଙ୍କର ଜଣେ ସହକର୍ମୀଙ୍କୁ ଦୀର୍ଘଦିନ ଧରି ଭଲ ପାଉଥିଲେ। ତେବେ ସଂପୃକ୍ତ ଯୁବତୀ ଜଣଙ୍କ ପୂର୍ବରୁ ବାହା ହୋଇଛନ୍ତି ଓ ତାଙ୍କର ଏକ ଝିଅ ଅଛି ବୋଲି ଜାଣିବା ପରେ ବି ଅଭିଜିତ୍‌ ତାଙ୍କ ସମ୍ପର୍କରେ ଥିଲେ। କିନ୍ତୁ ଏନେଇ ପରିବାର ଲୋକେ ଜାଣିବା ପରେ ଅନ୍ୟ ଏକ ଝିଅ ସହିତ ତାଙ୍କ ବାହାଘର ଠିକ୍‌ କରିଥିଲେ। ଏ ସମ୍ପର୍କରେ ଯୁବତୀ ଜଣକ ଜାଣିବା ପରେ ବିବାହକୁ ବିରୋଧ କରିଥିଲେ। ଫଳରେ ଅଭିଜିତଙ୍କ ପରିବାର ଲୋକେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିବା ନେଇ ପ୍ରେମିକା ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ଏ ମାମଲାରେ ପୋଲିସ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନେବ ବୋଲି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.