ସାମସଙ୍ଗର ୨ଟି ସ୍ମାର୍ଟଫୋନର ରହିଛି ଜବରଦସ୍ତ ଫିଚର୍ସ

ସାମସଙ୍ଗ ତରଫରୁ ଆଜି ସନ୍ଧ୍ୟାରେ Galaxy Unpacked  ଆୟୋଜିତ ହୋଇଛି। ଏହି ସମୟରେ କମ୍ପାନୀ ତରଫରୁ ଦୁଇଟି ଫୋଲଡେବଲ୍‌ ଫୋନ Galaxy Z Flip 3 ଏବଂ Galaxy Z Fold 3 ଲଞ୍ଚ ହୋଇଛି। ଏହା ସହିତ କମ୍ପାନୀ ନିଜର ନୂଆ ଫ୍ଲାଗସିପ ସ୍ମାର୍ଟଓ୍ଵାଚ ଏବଂ ଓ୍ଵାୟାରଲେସ ଇୟରବଡସକୁ ମଧ୍ୟ ଲଞ୍ଚ କରିଛି।

ଏହି ଇଭେଣ୍ଟ ଆଜି ସନ୍ଧ୍ୟା ୭ଟାରେ ଆୟୋଜିତ ହୋଇଛି। ଏନେଇ କମ୍ପାନୀର ୟୁଟ୍ୟୁବ ଚ୍ୟାନେଲ ଏବଂ େଓ୍ଵବସାଇଟରେ ଲାଇଭ କରାଯାଇଥିଲା। ତେବେ ପ୍ରଥମ ମଡେଲ  Galaxy Z Fold 3ରେ ସ୍ମାର୍ଟଫୋନରେ ୬.୭ ଇଞ୍ଚର ପ୍ରାଇମେରୀ ଡିସପ୍ଲେ , କ୍ୱାଲାକମ ସ୍ନାପଡ୍ରାଗନ 888 ପ୍ରୋସେସର, 8GB, 256GB   ଓ 128GB ଷ୍ଟୋରେଜ ସିଷ୍ଟମ ରହିଛି। ଫଟୋଗ୍ରାଫୀ ପାଇଁ ଏଥିରେ  10MP  କ୍ୟାମେରା ଏବଂ ରିୟରରେ 12 ମେଗାପିକ୍ସଲର ୩ଟି ସେଂସର ରହିଛି।

୨ୟ Galaxy Z Fold 3 ସ୍ମାର୍ଟଫୋନରେ ମଧ୍ୟ ଜବରଦସ୍ତ ଫିଚର୍ସ ରହିଛି। ଏହି ଫୋନରେ ୭.୬ ଇଞ୍ଚର ପ୍ରାଇମେରୀ ଡିସପ୍ଲେ ଏବଂ ୬.୨ ଇଞ୍ଚର ସେକେଣ୍ଡାରୀ ଡିସପ୍ଲେ ରହିଛି। 12  ମେଗାପିକ୍ସଲ ପ୍ରାଇମେରୀ ସେଂସର ସହ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି। ସେଲଫୀ ପ୍ରେମୀଙ୍କ ପାଇଁ 4 ମେଗାପିକ୍ସଲର ଅଣ୍ଡର ଡିସପ୍ଲେ କ୍ୟାମେରା ଏବଂ10  ମେଗାପିକ୍ସଲ ଲେନ୍ସ ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.