Below header

ପୁରୀ ଆଶ୍ରମ ଛକ ରାସ୍ତା ପାଶ୍ୱରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଅଣ ଓଡ଼ିଆ ଯୁବତୀ ଉଦ୍ଧାର, ଦୀର୍ଘ ଦିନ ହେଲା ଖାଇବାକୁ ଦିଆନଯାଇ ମାଡ ମରାଯାଇଥିବା ସନ୍ଦେହ

ପୁରୀ : ପୁରୀ କୁମ୍ଭାରପଡା ଥାନା ଆଶ୍ରମ ଛକ ରାସ୍ତା ପାଶ୍ୱରୁ ଜଣେ ଅଣ ଓଡ଼ିଆ ଯୁବତୀଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରଯାଇଛି । ଗତକାଲି ସାମାଜିକ ସଂଗଠନର ସଦସ୍ୟ ମାନେ ତାଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ମହିଳା ଶଲ୍ୟ ବିଭାଗରେ ଭର୍ତ୍ତି କରିଛନ୍ତି । ଯୁବତୀ ଜଣକ ଅଣ ଓଡିଆ ବୋଲି ଜଣାପଡିଛି । ତାଙ୍କ ଘର ମହାରାଷ୍ଟ୍ରରେ ବୋଲି ସୂଚନା ମିଳିଛି । ତାଙ୍କୁ ଦୀର୍ଘ ଦିନ ହେଲା ଖାଇବାକୁ ଦିଆନଯାଇ ମାଡ ମରାଯାଇଥିବା ସନ୍ଦେହ କରାଯାଉଛି । କିଛି ଯୌନ ପିପାଶୁ ତାଙ୍କୁ ଦୁର୍ବ୍ୟବହାର କରିଥିବା ଯୁବତୀ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ ସ୍ୱଷ୍ଟ ଭାବେ କିଛି କହିପାରୁନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.