Below header

ସାରା ରାଜ୍ୟକୁ ଥରାଇ ଦେଉଛି ଶୀତ, ସୋନପୁରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ଭୁବନେଶ୍ବର: ପ୍ରଥମରୁ ଟ୍ରେଲର ଦେଖାଇ ଉଭାନ ହୋଇ ଯାଇଥିବା ଶୀତ ଏବେ ଫେରିଛି। ସାରା ରାଜ୍ୟକୁ ଥରାଇ ଦେଇଛି। ଆଉ ୨-୩ ଦିନ ଜାରି ରହିବ ଜାଡ଼ର ମାଡ଼ । କିଛି ସ୍ଥାନରେ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରୀ ଖସିବ । ରାଜ୍ୟରେ ସବୁଠୁ ଶୀତଳ ସହର ପାଲଟିଛି ସୋନପୁର । ଏଠାରେ ପାରା ୪ ଦଶମିକ ୮ ଡିଗ୍ରୀକୁ ଖସି ଆସିଛି । ୧୦ ଡିଗ୍ରୀ ତଳେ ରହିଛି ୧୩ଟି ସହରର ତାପମାତ୍ରା । ୧୫ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ବାଲେଶ୍ୱର, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୟାଗଡ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, କନ୍ଧମାଳ ଓ ପୁରୀ ପାଇଁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିିଂ। ସେହିପରି ଅନୁଗୋଳ ଓ ବଲାଙ୍ଗିର ଗୋଟିଏ – ଦୁଇଟି ସ୍ଥାନରେ ସିଭିୟର କୋଲ୍ଡ କଣ୍ଡିସନ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.