ସ୍କୁଲରେ ପ୍ରାର୍ଥନା କରୁଥିବା ବେଳେ ତଳେ ପଡି ଛାତ୍ରୀ ମୃତ

ଭଦ୍ରକ(କେନ୍ୟୁଜ୍): ସ୍କୁଲରେ ପ୍ରାର୍ଥନା କରୁଥିବା ବେଳେ ତଳେ ପଡି ଛାତ୍ରୀ ମୃତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବନସର ଠାରେ ଥିବା ଲକ୍ଷ୍ମୀନାରାୟଣ ହାଇସ୍କୁଲରେ ଅଭାବନୀୟ ଘଟଣା । ମୃତକ ସେହି ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ମନୀଷା ବେହୁରିଆ ।

ଆଜି ସକାଳୁ ସ୍କୁଲକୁ ଆସିିଥିଲେ ମନୀଷା। ତେବେ ପ୍ରାର୍ଥନା ପାଇଁ ଠିଆ ହୋଇଥିବା ବେଳେ ହଠାତ୍‌ ତଳେ ପଡିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.