ଆସନ୍ତା ୧୭ରେ ହାଇଦ୍ରାବାଦରେ ହେଉଛି ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌, ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍): ୧୭ ତାରିଖରେ ହାଇଦ୍ରାବାଦରେ ହେଉଛି ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌। ଏଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟପ୍‌ ବିଜନେସ୍‌ ଲିଡରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଓ୍ଵାନ୍‌ ଟୁ ଓ୍ଵାନ୍‌ ଆଲୋଚନା ହେବ । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ନେଇ କଣ ରହିଛି ସୁଯୋଗ ସେନେଇ ବିଜନେସ୍‌ ଟାଇକୁନଙ୍କୁ ଅବଗତ କରାଇବେ ସରକାର । ବିଶେଷ କରି ରାଜ୍ୟ ସରକାରଙ୍କ ଫୋକସରେ ରହିଛି ୮ଟି ସେକ୍ଟର ।

ଏହା ଭିତରେ ରହିଛି ଆଇଟି/ଆଇଟିଇଏସ୍‌, ହେଲ୍‌ଥ କେୟାର ଓ ଫାର୍ମାସ୍ୟୁଟିକାଲ୍‌, ଇଏସଡିଏମ୍‌ ଓ ଡାଟା ସେଣ୍ଟର, ମେଟାଲ୍‌ ଓ ମେଟାଲ୍‌ ଡାଉନଷ୍ଟ୍ରିମ୍‌ । ସେହିପରି ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ମାଇନିଂ ମେସିନାରୀ, ଅକ୍ଷୟ ଶକ୍ତିରୁ ନିବେଶ ଆଶା କରିଛନ୍ତି ସରକାର ।

ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବାକୁ ଶିଳ୍ପପତିମାନଙ୍କୁ ନିମନ୍ତ୍ରଣ କରାଯିବ । ପୂର୍ବରୁ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଳୁରୁ, ଅହମ୍ମବାଦ ସମେତ ଦେଶ ବାହାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.