ପୋଲିସ କବ୍ଜାରେ ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ପୋଲିସ କବ୍ଜାରେ ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ । ସିନ୍ଧେକିଲା ବୁଢ଼ୀପଦର ଅଂଚଳରୁ ଗିରଫ କଲା ପୋଲିସ । ଆଖୁ କିଆରୀରେ ଲୁଚିଥିବା ବେଳେ ପୋଲିସ ହାତରେ ଧରାପଡିଥିବା ନେଇ ସୂଚନା ମିଳିଛି । ଟିଟଲାଗଦ ପୋଲିସକୁ ଚକମା ଦେଇ ଖସି ପଳେଇବାକୁ ଚେଷ୍ଟା କରୁଥିଲା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ପୂର୍ବରୁ ଗୋବିନ୍ଦ ସାହୁକୁ ଧରିବା ପାଇଁ ୨୦ ହଜାର ଟଙ୍କା ରଖିଥିବା ବେଳେ ପରେ ସେହି ମୂଲ୍ୟକୁ ଆଜି ଅପରାହ୍ନରେ ଲକ୍ଷେକୁ ବୃଦ୍ଧି କରାଯାଇଥିଲା ।  ସୂଚନା ଦେବା ଯୋଗ୍ୟକି ପୂର୍ବରୁ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ମାଲିକଙ୍କୁ ମୋଷ୍ଟ ଓ୍ଵାଣ୍ଟେଡ୍‌ ଘୋଷଣା କରିଥିଲା ବଲାଙ୍ଗିର ପୋଲିସ । ତାଙ୍କ ସମ୍ପର୍କରେ ସୂଚନା ଦେଲେ କିମ୍ବା ଧରାଇଦେଲେ ୧ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ସୂଚନା ଜାରି କରାଯାଇଥିଲ । ପ୍ରଥମେ ୨୦ ହଜାର ଟଙ୍କା ପୁରସ୍କାର ରାଶି ଥିବାବେଳେ ପରେ ଏହାକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ବଲାଙ୍ଗୀର ଏସ୍ପି ଅଫିସରେ ଗୋବିନ୍ଦଙ୍କୁ ରଖାଯାଇଛି |

ବଲାଙ୍ଗିର ଏସପିଙ୍କୁ ଯୋଗାଯୋଗ ପାଇଁ ଏକ ମୋବାଇଲ୍‌ ନମ୍ବର ମଧ୍ୟ ଜାରି କରାଯାଇଥିଲା । ବିଭିନ୍ନ ସ୍ଥାନରେ ଗୋବିନ୍ଦଙ୍କ ପୋଷ୍ଟର ମରାଯାଇଥିଲା। ମମିତା ମେହେର ନିଖୋଜ ମାମଲାରେ ଗୋବିନ୍ଦ ସାହୁଙ୍କ ନାଁଁରେ ଅଭିଯୋଗ ହୋଇଛି । ତାଙ୍କୁ ପଚରାଉଚରା ପାଇଁ ଟିଟିଲାଗଡ ଥାନା ପୋଲିସ ବାରାକରେ ରଖାଯାଇଥିବା ବେଳେ ଫେରାର୍‌ ହୋଇଛନ୍ତି ଗୋବିନ୍ଦ । ତାଙ୍କୁ ଧରିବା ପାଇଁ ପୋଲିସର ୩ଟି ଟିମ୍‌ ଖୋଜୁଛନ୍ତି ।

ମହାଲିଙ୍ଗସ୍ଥିତ ନିର୍ମାଣାଧୀନ ଷ୍ଟାଡିୟମରୁ ଆଜି ସକାଳେ ଏକ ମୃତଦେହ ଉଦ୍ଧାର କରାଯାଇଥିଲା । ଜେସିବି ଦ୍ୱାରା ମାଟିତଳୁ ଏକ ଗଳିତ ଦଗ୍ଧ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଥିଲା । ତେବେ ମୃତଦେହଟି ନିଖୋଜ ମମିତାଙ୍କର ବୋଲି ପରେ ସ୍ପଷ୍ଟ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.