Below header

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ଛାନବିନ୍‌, ମାଗିଲେ ୧୬ଟି ସିସିଟିଭି କ୍ୟାମେରାର ଫୁଟେଜ୍‌

ବଲାଙ୍ଗିର(କେନ୍ୟୁଜ୍): ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ଛାନବିନ୍‌ । ଜେଲରେ ଥିବା ସିସିଟିଭିକୁ ଯାଞ୍ଚ କରାଯାଇଛି । ଏହାସହ ୧୬ଟି ସିସିଟିଭି କ୍ୟାମେରାରେ ଗତିବିଧି କ’ଣ ରହିଥିଲା, ଜାଣିବା ପାଇଁ ସିସିଟିଭି ହାର୍ଡଡିସ୍କ ମାଗିଛି କ୍ରାଇମବ୍ରାଞ୍ଚ । ସିସିଟିଭିରୁ ସବୁ ସତ ଜଣାପଡ଼ିବ ବୋଲି କୁହାଯାଉଛି ।

ଜେଲରେ ରହୁଥିବା ଗୋବିନ୍ଦ ସାହୁଙ୍କ ୧ ନମ୍ବର ଓ୍ଵାର୍ଡକୁ ଯାଇ ତଦନ୍ତ କରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା । ତାଙ୍କ କୋଠରୀରୁ ଗୋବିନ୍ଦଙ୍କ କିଛି ହାତ ଲେଖା କାଗଜପତ୍ର ଜବତ ହୋଇଛି । ପକେଟୁ ମିଳିଥିଲା ଲଫାପା ସହ ଏହି କାଗଜପତ୍ରକୁ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯାଇଛି ।

୧ ନମ୍ବର ଓ୍ଵାର୍ଡରେ ରହୁଥିବା ଅନ୍ୟ ଅନ୍ତେବାସୀଙ୍କୁ ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା । କେଉଁ ପରିସ୍ଥିତିରେ ଗୋବିନ୍ଦ ଆତ୍ମହତ୍ୟା କଲେ, ଜେଲ ଅନ୍ତେବାସୀଙ୍କୁ ପଚାରି ବୁଝିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.