Below header

ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ବାସ ଭବନ ଘେରାଉ

ଭୁବନେଶ୍ୱର(କେନ୍ୟୁଜ୍):୨ ଦଫା ଦାବି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ବାସ ଭବନ ଘେରାଉ । ବାସଭବନ ଘେରାଉ କଲେ ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ । ଡ଼ିସେମ୍ବର ୧୨ ତାରିଖରୁ ଲୋୟର ପିଏମଜିରେ ସଂଘ ଆନ୍ଦୋଳନ କରିଥିଲେ ।

ଏବେ ସୁଦ୍ଧା କିଛି ପଦକ୍ଷେପ ନିଆଯାଇ ନାହିଁ । ଆଜି ନିଜ ନିଜ ଜିଲ୍ଲାର ମନ୍ତ୍ରୀଙ୍କ ବାସ ଭବନ ସାମ୍ନାରେ ଶିକ୍ଷକ ଶିକ୍ଷୟତ୍ରୀ ଶାନ୍ତି ପୂର୍ଣ୍ଣ ଭାବେ ମାନେ ନିଜର ଦାବି ଉପସ୍ଥାପନ କରିବେ । ସରକାର ଯଦି ଦାବି ପୂରଣ ନ କରିବେ ତାହା ହେଲେ ଆଗମୀ ଦିନରେ କଲମ ଛାଡ କରିବ ବୋଲି ସଂଘ ଚେତାବନୀ ଦେଇଛି । ଅନ୍ୟପଟେ ସଂଘ ସଦସ୍ୟ ମାନେ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ମୁଖ୍ୟ ସଚିବଙ୍କ ସହ ଆଲୋଚନ ଚାଲିଛି ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.