କରୋନା କଟିଦେଲା ଭକ୍ତ ସହ କାଳିଆର ଡୋରୀ, ବିନା ଭକ୍ତରେ ହେବ ସ୍ନାନଯାତ୍ରା ଓ ରଥଯାତ୍ରା

କେନ୍ୟୁଜ୍ (ବ୍ୟୁରୋ): କରୋନା କଟିଦେଲା ଭକ୍ତ ସହ କାଳିଆର ଡୋରୀ। ଏବର୍ଷ ବିନା ଭକ୍ତରେ ବଡଦାଣ୍ଡରେ ହେବ କାଳିଆରା ସ୍ନାନଯାତ୍ରା ଓ ବିନା ଭକ୍ତରେ  ଗଡିବ କାଳିଆର ରଥ। କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ଜଡିତ ଜଗନ୍ନାଥଙ୍କ ରଥଯାତ୍ରାକୁ ପ୍ରଭାବିତ କରିଛି କରୋନା । ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ  ବିନା ଭକ୍ତରେ ରଥଯାତ୍ରା ହେବା  ପାଇଁ  ନିଷ୍ପତ୍ତି ନିଆଯାଇଛି ।  କେବଳ  ସେବାୟତ ଶ୍ରୀମନ୍ଦିର  କର୍ମଚାରୀ ଓ ପୋଲିସ ସହାୟତାରେ ରଥଯାତ୍ରା କରିବା ପାଇଁ ଏହି ବୈଠକରେ  ନିଷ୍ପତ୍ତି ନିଆଯାଇଛି। ଏପରି କରିବା ପାଇଁ ପରିଚାଳନା କମିଟି ସରକାରଙ୍କୁ ପରାମର୍ଶ ଦେଇଛି।

ସେହିପରି ବିନା ଭକ୍ତରେ ସ୍ନାନ ଯାତ୍ରା ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ସ୍ନାନଯାତ୍ରାରେ ଭକ୍ତମାନଙ୍କୁ ବଡ ଦାଣ୍ଡ ବାରଣ କରାଯିବ ।  ସୀମିତ ସେବାୟତଙ୍କୁ ନେଇ ସ୍ନାନଯାତ୍ରା ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ରଥଯାତ୍ରା ହେଲେ ମଧ୍ୟ ବଡ ଦାଣ୍ଡରେ ଭକ୍ତଙ୍କୁ ଅନୁମତି ଦିଆଯିବନି । ସ୍ନାନ ଯାତ୍ରାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ବଡ ଦାଣ୍ଡରେ ଭକ୍ତଙ୍କୁ ବାରଣ କରାଯିବ । ଲକ୍‌ଡାଉନ୍‌ ଉଠିଲେ ମଧ୍ୟ ନୀଳଦ୍ରି ବିଜେ ପର୍ଯ୍ୟନ୍ତ ଭକ୍ତଙ୍କପାଇଁ  ଶ୍ରୀମନ୍ଦିର ଖୋଲା ଯିବନି ବୋଲି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ସରକାରଙ୍କୁ  ଏହି ସମସ୍ତ ପ୍ରସ୍ତାବ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.