ନଳକୂପରୁ ବାହାରୁଛି ସୁନାଗୁଣ୍ଡ ! ଏବେ ଜୋରଦାର ଚର୍ଚ୍ଚା
ନଳକୂପରୁ ବାହାରୁଛି ସୁନାଗୁଣ୍ଡ ! ନଳକୂପ ଖୋଳି ମଟର ବସାଇବା ପରେ ପ୍ରଥମେ ସଫା ପାଣି ବାହାରିଥିଲା । ପରେ ଗୋଳିଆ ପାଣି ବାହାରିଥିଲା । ଗୋଳିଆ ପାଣିକୁ ଛାଣିବା ପରେ ସେଥିରୁ ହଳଦିଆ ଚକଚକ କରୁଥିବା ପଦାର୍ଥ ଦେଖିବାକୁ ପାଇଥିଲେ ।

ପାଟଣାଗଡ(କେନ୍ୟୁଜ): ନଳକୂପରୁ ବାହାରୁଛି ସୁନା । କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ନାନ୍ଦୁପଲା ଗାଁରେ ସୁନା ଖଣି ଥିବା ନେଇ ଏବେ ଚର୍ଚ୍ଚା । ଚାଷ ଜମିରେ ଖୋଳାଯାଇଥିବା ନଳକୂପରୁ ସୁନା ବାହାରୁଥିବା ଚର୍ଚ୍ଚା ଚାଲିଛି । ଗତ ୨ ଦିନ ପୂର୍ବରୁ ଗାଁର ମୋହବତ ଜାବେଦ ଦେୱର ନଳକୂପ ଖୋଳି ମଟର ବସାଇବା ପରେ ପ୍ରଥମେ ସଫା ପାଣି ବାହାରିଥିଲା । ପରେ ଗୋଳିଆ ପାଣି ବାହାରିଥିଲା । ଗୋଳିଆ ପାଣିକୁ ଛାଣିବା ପରେ ସେଥିରୁ ହଳଦିଆ ଚକଚକ କରୁଥିବା ପଦାର୍ଥ ଦେଖିବାକୁ ପାଇଥିଲେ । ଏହାକୁ ସେ ସୁନା ବୋଲି ସନ୍ଦେହ କରିଥିଲେ ।
ଖପ୍ରାଖୋଲ ବିଡ଼ିଓ ରଶ୍ମିରଂଜନ ରାଉତ,ତହସିଲଦାର ଆଦିତ୍ୟ ମିଶ୍ର ଓ ଥାନାଧିକାରୀ ରମାକାନ୍ତ ସାହୁ ଏ ନେଇ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ନଳକୂପର ପାଣିକୁ ପାଇପ ଯୋଗେ କଢାଯାଇ ଏକ ଗାମୁଛା ସାହାର୍ଯ୍ଯ ଛଣାଯାଇ ବାହାରୁଥିବା ପଦାର୍ଥକୁ ସଂଗ୍ରହ କରାଯାଇଛି। ତେବେ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିଲେ ପ୍ରକ୍ରୁତ ତଥ୍ଯ ସାମ୍ନାକୁ ଅଆସିବ ବୋଲି କହିଛନ୍ତି ବିଡ଼ିଓ ।
ଏପଟେ ସୁନା ଦର ବର୍ତ୍ତମାନ ସର୍ବକାଳୀନ ରେକର୍ଡ ସ୍ତରରେ ପହଁଚିଛି । ୨୪କ୍ୟାରେଟ ସୁନା ୧୦ଗ୍ରାମ ପିଛା ଦର ୬୦ ହଜାର ଟଙ୍କା ଟପି ଯାଇଛି । ୨୨ କ୍ୟାରେଟ୍ ସୁନା ଦାମ ୫୫ ହଜାର ଟଙ୍କାରେ ପହଁଚିଛି । ତେବେ ଏଭଳି ପରିସ୍ଥିତିରେ ଯଦି ସହଜରେ ତଥା ମାଗଣାରେ ସୁନା ମିଳୁଥିବା କଥା ଶୁଣିବାକୁ ମିଳିବ, ତେବେ ଆଉ କ’ଣ ଦରକାର ଆମ ଲୋକଙ୍କୁ।
ତେବେ ଗୋଳିଆ ପାଣିରୁ ବାହାରିଥିବା ପଦାର୍ଥ ସୁନା କି ଆଉ କଣ ତାହାତ ଯାଞ୍ଚ ପରେ ଜଣାପଡିବ, ହେଲେ ଏକଥା ପ୍ରଚାର ହେବାପରେ ଆଖପାଖ ଅଞ୍ଚଳର ଅନେକ ଲୋକ ନଳକୂଳ ପାଖରେ ମିଳିଥିବା ପଦାର୍ଥକୁ ଦେଖିବାକୁ ପାଇଁ ଭିଡ ଜମାଇଛନ୍ତି।