ଭାରତୀୟ ପୁରୁଷ ହକି ଦଳକୁ ଶୁଭକାମନା: କିସ୍‌ର ଏକାଠି ଦୀପ ଜାଲିଲେ ୩୦ହଜାର ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ): ସମଗ୍ର ଓଡ଼ିଶାରେ ଏବେ ହକି ମାନିଆ । ସହରଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ହକିର ମାହୋଲ । ଏଥିରେ ସାମିଲ ହୋଇଥିଲେ କିସ୍‌ର ଛାତ୍ରଛାତ୍ରୀମାନେ । ବିଶ୍ୱକପ୍‌ ପୁରୁଷ ହକିର ଅବ୍ୟବହିତ ପୂର୍ବରୁ ଆଜି କିସ୍‌ର ୩୦ହଜାର ଛାତ୍ରଛାତ୍ରୀ ଏକାଠି ହୋଇ ଦୀପ ଜାଳି ଭାରତୀୟ ପୁରୁଷ ହକି ଦଳର ଶୁଭ ମନାସୀ ଥିଲେ । ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ମଧ୍ୟ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଦୁଇ ଦୁଇ ଥର ହକି ବିଶ୍ୱକପ୍‌ ଆୟୋଜନ କରିପାରିଥିବାରୁ ଓଡ଼ିଶା ଆଜି ସମଗ୍ର ବିଶ୍ୱରେ ଆଦର ଲାଭ କରିପାରିଛି । ଏହି ଅବସରରେ ଓଡ଼ିଶାରେ ହକି ଆୟୋଜନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହଯୋଗ ନିମନ୍ତେ ମଧ୍ୟ ଡ. ସାମନ୍ତ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଭାରତୀୟ ହକି ଦଳର ସଫଳତା କାମନା କରି ଡ. ସାମନ୍ତ କହିଲେ ଭାରତୀୟ ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ତଥା କିଟ୍‌ ଛାତ୍ର ଅମିତ ରୋହିଦାସ ଉପଅଧିନାୟକ ଥିବାରୁ ଆମେ ଗର୍ବିତ । ନିକଟ ଅତୀତରେ ଭାରତୀୟ ପୁରୁଷ ହକି ଦଳ ଭଲ ପ୍ରଦର୍ଶନ କରିଥିବାରୁ ଚଳିତ ବିଶ୍ୱକପ୍‌ରେ ନିଶ୍ଚିତ ଭଲ କରିବା ନେଇ ଆଶାବାଦୀ ବୋଲି ଡ. ସାମନ୍ତ କହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.