Oneplusର ଏହି ମଡେଲରେ ମିଳିବନି Software Update, ଶସ୍ତା ଦାମରେ ନୂଆ ମଡେଲ ହେବ ଖୁବ ଶୀଘ୍ର ଲଞ୍ଚ

ଯଦି ଆପଣ ଓ୍ଵାନପ୍ଲସ ସ୍ମାର୍ଟଫୋନ ୟୁଜର ତେବେ ଆପଣଙ୍କ ପାଇଁ ଆସିଲା ନୂଆବର୍ଷରେ ବହୁତ ବଡ଼ ଖବର। ପ୍ରତ୍ୟେକ ଓ୍ଵାନପ୍ଲସ ୟୁଜରଙ୍କ ଉପରେ ଏହାର ପଡ଼ିବ ପ୍ରଭାବ। ପ୍ରକୃତ ରେ କମ୍ପାନୀଏବେ ନିଜ ଦୁଇଟି ସ୍ମାର୍ଟଫୋନ ର ସଫ୍ଟେଓ୍ଵୟାର ଅପଡେଟ ସପୋର୍ଟ କୁ ସମାପ୍ତ କରିଦେଇଛି। ଯେଉଁ ଦୁଇଟି ସ୍ମାର୍ଟଫୋନରେ କମ୍ପାନୀ ନିଜ ସପୋର୍ଟ ଶେଷ କରିଛି ସେଥିରେ ଓ୍ଵାନପ୍ଲସ ୭ ଓ ଓ୍ଵାନପ୍ଲସ ୭ଟି ସାମିଲ ରହିଛି । କମ୍ପାନୀର କହିବା ଅନୁଯାୟୀ ଏହି ଦୁଇଟି ମଡେଲ ପାଇଁ ଅକ୍ସିଜେନ OS 12 mp3 ବିଲ୍ଡ ହେଉଛି ଶେଷ ଅପଡେଟ। ଏହାପରେ ଏହି ଦୁଇଟି ମୋବାଇଲ ପାଇଁ କୌଣସି ନୂଆ ଅପଡେଟ ଜାରୀ କରାଯିବ ନାହିଁ।

କମ୍ପାନୀ oneplus 7 series କୁ ମେ ୨୦୧୯ ରେ OxygenOS 9 ସହିତ ଲଞ୍ଚ କରିଥିଲା। ଯେବେକି oneplus 7 T series କୁ OxygenOS 10 ସହିତ ଲଞ୍ଚ କରାଯାଇଥିଲା। ଏବେ ଏହି ଦୁଇଟି ସ୍ମାର୍ଟଫୋନ ରେ କମ୍ପାନୀ କୌଣସି ନୂଆ ସଫ୍ଟେଓ୍ଵୟାର ଅପଡେଟ ଦିଆଯିବ ନାହିଁ। ମାନେ ଏବେ ଏହି ୟୁଜରଙ୍କୁ କମ୍ପାନୀର ପୁରୁଣା ଅପଡେଟ ସହିତ ଫୋନ ଚଲାଇବାକୁ ହେବ।

ଏହାରି ମଧ୍ୟରେ ଖୁବ ଶୀଘ୍ର ଭାରତରେ Oneplus 115G ସ୍ମାର୍ଟଫୋନ ଲଞ୍ଚ ହେବ। ଭାରତରେ ଏହା ଲଞ୍ଚ ହେବା ଆଗରୁ ଚୀନରେ ଲଞ୍ଚ ହୋଇସାରିଛି। ଏହି ମଡେଲ ଆଣ୍ଡ୍ରଏଡ ୧୩ ଓଏସ୍‌ ସହିତ କାମ କରୁଛି। ସୂଚନା ମୁତାବିକ Oneplus 115G ସ୍ମାର୍ଟଫୋନ ଭାରତରେ ଆସନ୍ତା ଫେବୃଆରୀ ୭ରେ ଲଞ୍ଚ ହେବ। ଏହାପରେ ଭିନ୍ନ ଭିନ୍ନ ଇକମର୍ସ ପ୍ଲାଟଫର୍ମରେ ଏହା ର ବିକ୍ରି ହେବ।

ଓ୍ଵାନପ୍ଲସର ଏହି ନୂଆ ମଡେଲରେ ୟୁଜରଙ୍କୁ ୬.୭ ଇଞ୍ଚର ଡିସପ୍ଲେ ମିଳିବ। ଯାହାକି 120hz ର ରିଫ୍ରେଶ ରେଟକୁ ସପୋର୍ଟ କରିବ। ସ୍କ୍ରିନ ପ୍ରୋଟେକ୍ସନ ପାଇଁ ଏଥିରେ ଗରିଲ୍ଲା ଗ୍ଲାସ ୫ ଦିଆଯିବ। ଭାରତରେ ଏହି ମଡେଲରେ ଆପଣ ୮ଜିବି ର‍୍ୟାମ, ୧୨୮ ଜିବିା ଇଣ୍ଟରନାଲ ଷ୍ଟୋରେଜ ମିଳିବ। ମାନେ ଏହାର ବେସ୍‌ ଭାରିଏଣ୍ଟ ରହିବ।

ତେବେ ଏହାରି ମଧ୍ୟରେ ଟପ୍‌ ଏଣ୍ଡ ଭାରିଏଣ୍ଟର କୌଣସି ସୂଚନା ଆସିନାହିଁ। Oneplus 115G ରେ 5000mAh ବ୍ୟାଟେରୀ ମିଳିବ। ଏହା ୧୦୦ ଓ୍ଵାଟର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ। ଏହାର ରିୟର ସାଇଡରେ ଟ୍ରିପଲ କ୍ୟାମେରା ସେଟଅପ୍‌ ଯେଉଁଥିରେ ୫୦ ମେଗାପିକ୍ସଲର ପ୍ରାଇମେରି କ୍ୟାମେରା, ୪୦ ମେଗାପିକ୍ସଲର ଅଲଟ୍ରା ଓ୍ଵାଇଡ ଆଙ୍ଗଲ କ୍ୟାମେରା ଓ ୩୨ ମେଗାପିକ୍ସଲର ୩ନମ୍ବର କ୍ୟାମେରା ରହିଛି। ସେମିତି ଫ୍ରଣ୍ଟରେ ସେଲଫି ଓ ଭିଡ଼ିଓ କଲିଂ ପାଇଁ ୧୬ ମେଗାପିକ୍ସଲର କ୍ୟାମେରା ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.