Below header

ତୁଟୁନି ସୀମା ବିବାଦ: ପୁଣି ସାମ୍ନାକୁ ଆସିଛି ଆନ୍ଧ୍ରର ଆଉ ଏକ ଷଡଯନ୍ତ୍ର, ଗୁଗୁଲ ମ୍ୟାପ କହୁଛି କୋରାପୁଟ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅନେକ ଅଂଚଳ ଆନ୍ଧ୍ରର

କୋରାପୁଟ: ଜମି ଅଧିକାରକୁ ନେଇ ତୁଟୁନି ବିବାଦ। ଓଡିଶା ଉପରେ ଦାଦାଗିରି ଦେଖାଉଛି ଆନ୍ଧ୍ର। ଦିନକୁ ଦିନ ସ୍ଥିତି ସଙ୍ଗୀନ ହୋଇ ହୋଇ ଚାଲିଛି। ଓଡିଶାର ଜମିକୁ ଜୋରଜବରଦସ୍ତ ନିଜର କରିବାକୁ ଚାହୁଁଛି ଆନ୍ଧ୍ର। ଓଡ଼ିଶା ଜମିକୁ ଅକ୍ତିଆର ପାଇଁ ଦିନକୁ ଦିନ ନୂଆ ଉଦ୍ୟମ ଜାରି ରଖିଛି । ଏହାରି ଭିତରୁ ପୁଣି ଆନ୍ଧ୍ରର ଏକ ଷଡଯନ୍ତ୍ର ସାମ୍ନାକୁ ଆସିଛି। ଯେଉଁଠି କୋରାପୁଟ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅନେକ ଅଂଚଳ ଆନ୍ଧ୍ରର ବୋଲି ଗୁଗୁଲ ମ୍ୟାପରେ ଦର୍ଶାଯାଇଥିବା ଦେଖିବାକୁ ମିଳିଛି।

କୋଟିଆ ନାରାୟଣପାଟଣା ପରେ ସମ୍ବାଇର ସୁନାବେଡା ନିକଟରେ ଓଡିଶା ସୀମାକୁ ଆନ୍ଧ୍ର ନିଜର ବୋଲି ବିବାଦ ସୃଷ୍ଟି କରିଥିବାବେଳେ, ଏବେ ଗୁରୁତର ଷଡଯନ୍ତ୍ର ସାମ୍ନାକୁ ଆସିଛି। ମାନଚିତ୍ରକୁ ପରିବର୍ତ୍ତନ କରି ଓଡିଶାର ଅଂଚଳକୁ ନିଜର ବୋଲି ଦର୍ଶାଇଛି ଆନ୍ଧ୍ର। ଓଡିଶାର ପଟାଙ୍ଗି ବ୍ଲକର ଗାଲିଗବଦର ଜଳପ୍ରପାତ ଓ ଗାଲିଗବଦର ଗ୍ରାମ କଣ ଆନ୍ଧ୍ରର? ଏକଥା ଆମେ କହୁନୁ ଗୁଗୁଲ ମ୍ୟାପ କହୁଛି। ଗୁଗୁଲ ମ୍ୟାପରେ ଗାଲିବଦର ଓ ଆଖ ପାଖର ଅନେକ ଗ୍ରାମ ଆନ୍ଧ୍ରର ବୋଲି ଦର୍ଶାଯାଇଛି। ଏଭଳି ଚକ୍ରାନ୍ତକୁ କୋରାପୁଟର ବୁଦ୍ଧିଜୀବୀ ଦୃଢ ବିରୋଧ କରିଛନ୍ତି।

ସୂଚନା ଥାଉକି, କିଛି ଦିନ ତଳେ ଓଡ଼ିଶା ସୀମାର ୫ଶହ ମିଟର ଭିତରକୁ ପଶି ଆସିଥିଲା ଆନ୍ଧ୍ର। ଏପରିକି ଏକତରଫା ଭାବେ ସୀମା ଚିହ୍ନଟ କରି ପାଚେରି ନିର୍ମାଣ କରିଥିଲା। ସ୍ଥାନୀୟ ଲୋକ ଏଭଳି ବେଆଇନ କାମକୁ ବିରୋଧ କରିବାରୁ ଧମକ ଦେବାକୁ ବି ପଛାଇ ନ ଥିଲେ ଆନ୍ଧ୍ରରୁ ଆସିଥିବା ଏହି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି। ଏପରିକି ଓଡିଶା ସୀମା ନିକଟକୁ ଆସିଲେ ହାଣିଦେବୁ ବୋଲି କହିବାକୁ ବି ପଛାଇ ନ ଥିଲେ। ତେବେ ଏହିସବୁ ବିବାଦର ସମାଧାନ ପନ୍ଥା ବାହାର କରିବା ପରିବର୍ତ୍ତେ ଆନ୍ଧ୍ରର ଏପରି ଗୁଣ୍ଡାରାଜ୍ କରିବା ଅତି ନିନ୍ଦନୀୟ। ଯାହାଫଳରେ ଆନ୍ଧ୍ରର ବିସ୍ତାରବାଦୀ ଷଡଯନ୍ତକୁ ତୀବ୍ର ବିରୋଧ କରିବା ସହ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବୀ କରାଯାଇଛି ।

କୋରାପୁଟରୁ କିର୍ତ୍ତି ଚନ୍ଦ୍ର ସାହୁ, କେନ୍ଯୁଜ୍

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.