Below header

କାନ ପାଇଁ ମିଠା ଜହର ହେଉଛି ହେଡଫୋନ୍‌, ପ୍ରତିଦିନ ଏହି ସମସ୍ଯା ନେଇ ୧୦ ଲୋକ ଯାଉଛନ୍ତି ହସ୍‌ପିଟାଲ

ହେଡ୍‌ଫୋନ୍‌ର ବ୍ଯବହାର ଆପଣ ନିଶ୍ଚିତ ଭାବେ କରୁଥିବେ। ଛୋଟ ପିଲା ହୁଅନ୍ତୁ ଅବା ବଡ, ପ୍ରାୟତଃ ସମସ୍ତେ ହେଡ୍‌ଫୋନ୍‌ ବ୍ଯବହାର କରୁଛନ୍ତି। ୱାକମେନଙ୍କ ଯୁଗରୁ ହେଡ୍‌ଫୋନ୍‌ର ବ୍ଯବହାର ହେଉଛି। କିନ୍ତୁ ସବୁବେଳେ ଏହାକୁ କମ୍ ବ୍ଯବହାର କରିବା ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି। ଅଧିକ ସମୟ ହେଡ୍‌ଫୋନ୍‌ ବ୍ଯବହାର କରିବା, କାନ ପାଇଁ ଯେତିକି ଯନ୍ତ୍ରଣାଦାୟକ, ସେତିକି ଖରାପ। ଅନେକ ସମୟରେ ଅତ୍ଯଧିକ ହେଡ୍‌ଫୋନ୍‌ ବ୍ଯବହାର ଯୋଗୁଁ କେତେକ ଲୋକେ ଆର୍ମିରେ ନିଯୁକ୍ତି ପାଆନ୍ତି ନାହିଁ।

ଏବେ କରୋନା ମହାମାରୀ ସମୟରେ ହେଡ୍‌ଫୋନ୍‌ର ବ୍ଯବହାର ଅଧିକ ବଢିଯାଇଛି। ଲକଡାଉନ ଯୋଗୁଁ ଅଧିକାଂଶ ଲୋକ ୱାର୍କ ଫ୍ରମ ହୋମ କିମ୍ବା ପିଲାମାନେ ଅନଲାଇନ କ୍ଲାସ କରିବାକୁ ଏହାର ବ୍ଯବହାର ବଢିଯାଇଥିଲା। ତେଣୁ ଏବେ ଅଧିକ ଲୋକେ କାନ ଯନ୍ତ୍ରଣା, ସଂକ୍ରମଣ ଇତ୍ଯାଦି ଅଭିଯୋଗ ନେଇ ଡାକ୍ତରଙ୍କ ପାଖକୁ ଯାଉଛନ୍ତି ବୋଲି ଡାକ୍ତର କହିଛନ୍ତି।

earphone

ଚିକିତ୍ସା ବିଶେଷଜ୍ଞଙ୍କ ଅନୁସାରେ, ଗତ ୮ ମାସ ମଧ୍ୟରେ ହେଡ୍‌ଫୋନ୍‌ ଏବଂ ଇଅରପଡ୍ ବ୍ଯବହାର ଅଧିକ ସମୟ ପର୍ଯ୍ଯନ୍ତ କରାଯାଉଛି, ଯାହା ପାଇଁ ଅଧିକ ଅଭିଯୋଗ ଆସୁଛି। ମୁମ୍ବାଇ ଜେଜେ ହସପିଟାଲର ଇଏନଟି ବିଭାଗର ପ୍ରମୁଖ ଡାକ୍ତର ଶ୍ରୀନିବାସ ଚୌହ୍ବାନଙ୍କ କହିବାନୁସାରେ, ଅଧିକ ସମୟ ପର୍ଯ୍ଯନ୍ତ ହେଡ୍‌ଫୋନ୍‌ ବ୍ଯବହାର କରିବାକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି।

phone ear

ତାଙ୍କ କହିବାନୁଯାୟୀ, ଏପରି ସମସ୍ଯା ନେଇ ପ୍ରତିଦିନ ବିଭାଗକୁ ୧୦ରୁ ଊର୍ଦ୍ଧ୍ବ ଲୋକ ଆସୁଛନ୍ତି। ମେସାନଙ୍କ କହିବାନୁସାରେ, କାମ ପାଇଁ ଲୋକେ ଅଧିକ ସମୟ ହେଡ୍‌ଫୋନ୍‌ ବ୍ୟବହାର କରୁଛନ୍ତି । ଯାହା ପାଇଁ କାନ ଉପରେ ପ୍ରଭାବ ପଡୁଛି, ଆଉ ଏଥିପାଇଁ ସଂକ୍ରମଣ ବଢିବାରେ ଲାଗିଛି। କେବଳ ଏତିକି ନୁହେଁ, ଅନେକ ଥର ଜୋରରେ ସାଉଣ୍ଡ ଦେଇ ଶୁଣିବା ଦ୍ବାରା ମଧ୍ୟ ଶୁଣିବା କ୍ଷମତା ଉପରେ ପ୍ରଭାବ ପଡିଥାଏ। ଯଦି ଲୋକେ ନିଜର ଅଭ୍ଯାସ ବଦଳାଇବେ ନାହିଁ, ତେବେ ଏହା କାନକୁ ସ୍ଥାୟୀ ଭାବେ କ୍ଷତି ପହଞ୍ଚାଇବ।

ସେହିପରି, ସ୍କୁଲ ପିଲାମାନେ ହେଡ୍‌ଫୋନ୍‌ ବ୍ଯବହାର କରିବା ଉଚିତ ନୁହେଁ। ଯଦି ଲାପ୍‌ଟପ ଏବଂ କମ୍ପ୍ଯୁଟର ଜରିଆରେ ଅନଲାଇନ କ୍ଲାସ କରୁଛନ୍ତି, ତେବେ କମ୍‌ ଶବ୍ଦରେ ଶୁଣିବାକୁ ଚେଷ୍ଟା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.