ଦେଶରେ ୯୦ ଲକ୍ଷ ପାର ହେଲା ସଂକ୍ରମିତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୪୫ ହଜାର ୮୮୨ ନୂଆ ପଜିଟିଭ କେସ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟାରେ ପୁଣି ଥରେ ବୃଦ୍ଧି ଘଟିଥିବା ନେଇ ଲକ୍ଷ କରାଯାଇଛି । ଗତ କିଛି ଦିନ ହେବ ଏହି ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ଗତ ୨୪ ଘଣ୍ଟା ଭିତରେ ପୁଣି ଥରେ ବଢିଛି ଏହି ସଂଖ୍ୟା । ଗୋଟିଏ ଦିନରେ ୪୫ ହଜାର ୮୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା ୯୦ ଲକ୍ଷ ପାର ହୋଇଛି । ମୋଟ ରୂପରେ ଦେଖିଲେ ୯୦ ଲକ୍ଷ ୪ ହଜାର ୩୦୦ ଛୁଇଁଛି ଏହି ସଂଖ୍ୟା । କିନ୍ତୁ ଆଶ୍ଵସ୍ତିକର ବିଷୟଯେ, ସଂକ୍ରମିତ ମୁକ୍ତ ରୋଗୀଙ୍କ ସଂଖ୍ୟା ବି ୮୪ ଲକ୍ଷ ପାର ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗୁରୁବାର ଗୋଟିଏ ଦିନରେ ୫୮୪ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ । ଏହାକୁ ମିଶାଇ ୧ ଲକ୍ଷ ୩୨ ହଜାର ୧୬୨ ରେ ପହଂଚିଛି ମୃତକ ସଂଖ୍ୟା । ଏବେ କରୋନା ମୃତ୍ୟୁହାର ୧.୪୬ ପ୍ରତିଶତ ଥିବା ବେଳେ ସୁସ୍ଥ ହାର ବଢି ୯୩.୬ ରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ଦେଶରେ ୪ ଲକ୍ଷ ୪୩ ହଜାର ୭୯୪ଟି ସକ୍ରିୟ ମାମଲା ଥିବା ବେଳେ ୨୪ ଘଣ୍ଟାରେ ଏହି ସଂଖ୍ୟା ୪୯୧ ହ୍ରାସ ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.