ଗୁଣ୍ଡାମାନଙ୍କ ଉତ୍ପାତରେ ଅତିଷ୍ଠ ରାଜଧାନୀ ଭୁବନେଶ୍ବର: ପୋଲିସ ଉପସ୍ଥିତିରେ ଘରେ ପଶି ପିଟିଲେ, ଭଙ୍ଗା ରୁଜା କଲେ

ଭୁବନେଶ୍ବର(କେନ୍ୟୁଜ୍):  ପୋଲିସ ଉପସ୍ଥିତିରେ ଗୁଣ୍ଡାରାଜ । ଘରେ ପଶିଲେ, ପିଟିଲେ ଭଙ୍ଗା ରୁଜା କଲେ । ରାଜଧାନୀର ମଞ୍ଚେଶ୍ୱର ଥାନା ଅଧିନ ସମେଇଗାଡ଼ିଆ ଅଂଚଳରେ ଘଟିଛି ଏଭଳି ଘଟଣା । ଘର ସାମନାରେ କିଛି ମଦ୍ୟପ ଯୁବକ ଉତ୍ପାତ କରୁଥିବା ସହ ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ । ପରେ ସମ୍ପୁକ୍ତ ପରିବାର PCR ଭ୍ୟାନକୁ କଲ କରିଥିଲେ ।

PCR ଭ୍ୟାନକୁ କାହିଁକି ଡାକିଛ କହି ପୋଲିସ ଉପସ୍ଥିତି ରେ ଘରେ ପଶି ଭଙ୍ଗା ରୁଜା କରିଛନ୍ତି ଦୁର୍ବୁତ୍ତ । ଏହା ପରେ ଘରେ ପଶି ଆତଙ୍କ ମଚେଇଥିବା ଯୁବକଙ୍କ ନାଁ ରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ପରିବାର ଲୋକେ।ହେଲେ ଆଶ୍ଚର୍ଯ୍ୟ ର କଥା ପୋଲିସ ସାମ୍ନାରେ ଏହି ମଦ୍ୟପ ଯୁବକ ମାନେ ଗଣ୍ଡଗୋଳ କରିଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.