Ambassador ରୁ ଲୋକପ୍ରିୟ ହୋଇଥିବା Hindustan Motor ଆଣୁଛି ଇଲେକଟ୍ରିକ୍‌ ସ୍କୁଟର, ବହୁତ ଜଲଦି ହେବ ଲଞ୍ଚ୍‌

ଦେଶବାସୀଙ୍କୁ ନିଜର ପ୍ରସିଦ୍ଧ କାର ଆମ୍ବାସଡରର ବସାଇ ଯାତ୍ରା କରାଇଥିବା ପ୍ରମୁଖ ବାହନ ନିର୍ମାତା କମ୍ପାନୀ ହିନ୍ଦୁସ୍ତାନ ମୋଟର୍ସ ଏବେ ପୁଣି ଥରେ ନିଜର ଜଲଓ୍ଵା ଦେଖାଇବାକୁ ଯାଉଛି। କିନ୍ତୁ ଏଥର କମ୍ପାନୀ କେବଳ ଫୋ ହ୍ଵିଲର ବାହନ ନୁହେଁ ବରଂ ଇଲେକଟ୍ରିକ ଟୁ-ହ୍ଵିଲରକୁ ଲଞ୍ଚ୍‌ କରିବାକୁ ଯୋଜନା କରୁଛି। ରିପୋର୍ଟ ମୁତାବକ କମ୍ପାନୀ ବହୁତ ଜଲଦି ଇଲେକଟ୍ରିକ ସ୍କୁଟରକୁ ଲଞ୍ଚ୍‌ କରିବ ଏବଂ ତାପରେ ଫୋରହ୍ଵିଲର ବାହନକୁ ମଧ୍ୟ ବଜାରରେ ଏଣ୍ଟ୍ରି କରିବାକୁ ଯୋଜନା କରୁଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହିନ୍ଦୁସ୍ତାନ ମୋଟର୍ସକୁ ଆସନ୍ତା ବର୍ଷ ଭିତରେ ଇଲେକଟ୍ରିକ ଟୁ-ହ୍ଵିଲର ବାହନ ନିର୍ମାଣ ପାଇଁ ଏକ ୟୁରୋପୀୟ ଅଂଶୀଦାର ଏକ ନୂଆ ସଂଯୁକ୍ତ ଉଦ୍ୟମ ସ୍ଥାପିତ କରାଯିବ ବୋଲି ଆଶା କରାଯାଉଛି। କମ୍ପାନୀ ଜଣାଇଛି ଯେ ସେ ପରେ ଇଲେକଟ୍ରିକର ଚାରି ଚକିଆ ଯାନ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇପାରେ। ଦୁଇ କମ୍ପାନୀ ଏହି ଜଏଣ୍ଟ ଭେନଚରର ଆର୍ଥିକ ସ୍ଥିତିକୁ ଚଳିତ ମାସ ଯାଞ୍ଚ କରିବ,ଏହାପରେ ହିଁ ନିବେଶର ସଂରଚନା ଏବଂ ନୂଆ କମ୍ପାନୀର ଗଠନ ହେବ। ତେବେ କୁହାଯାଉଛି ଯେ ୧୫ ଫେବୃୟାରୀ ପର୍ଯ୍ୟନ୍ତ ପୂରା ହୋଇଯିବ ବୋଲି ଆଶା କରାଯାଉଛି।

car scooterଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହିନ୍ଦୁସ୍ତାନ ମୋଟର୍ସ ବର୍ଷ ୧୯୫୪ରେ ବାହନର ନିର୍ମାଣ ଆରମ୍ଭ କରିଥିଲା, ଯାହା ୨୦୧୪ ମସିହା ପର୍ଯ୍ୟନ୍ତ ବହୁତ ଡିମାଣ୍ଡରେ ରହିଥିଲା। କିନ୍ତୁ ନୂଆ ଇମିଶନ୍‌ ନର୍ମସ କାରଣରୁ ନିଜର ଚର୍ଚ୍ଚିତ କାର ଆମ୍ବାସଡର ପ୍ରଡକସନ୍‌ ବନ୍ଦ କରିବାକୁ କରିବାକୁ ପଡିଥିଲା। ସମୟ ସହିତ ବଜାରରେ ଅନେକ ନୂଆ ମଡେଲ ଏବଂ ବ୍ରାଣ୍ଡସ କବ୍ଜା କରିନେଲେ ଯାହାପରେ Ambassador ର ଡିମାଣ୍ଡ କମ୍‌ ହୋଇ ହୋଇ ଚାଲିଲା। ଆଉ ଶେଷରେ କାର ଲିଜେଣ୍ଡର ଯାତ୍ରା ସମାପ୍ତ ହୋଇଗଲା। କିନ୍ତୁ ଏବେ ପୁଣି ଥରେ କମ୍ପାନୀ ଇଲେକଟ୍ରିକ ମଡେଲ ଅବତାରରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତି ଚଳାଇଛି। ତେବେ କୁହାଯାଉଛି ଯେ ଭାରତରେ ଏହା ର୍ବେ ୨୦୧୫ ସୁଦ୍ଧା ଲଞ୍ଚ୍‌ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.