Below header

କରୋନା ପାଇଁ ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଯୋଜନା ଟଙ୍କା ଫେରସ୍ତ ନିଷ୍ପତ୍ତି ସ୍ଥଗିତ କଲେ ସରକାର

କେନ୍ୟୁଜ(ବ୍ୟୁରୋ): ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଯୋଜନାରେ ଟଙ୍କା ଫେରସ୍ତ ନିଷ୍ପତ୍ତି ସ୍ଥଗିତ । ରାଜ୍ୟରେ କୋଭିଡ ସ୍ଥିତି ଓ ଖରିଫ୍‌ ଚାଷକୁ ଦୃଷ୍ଟିରେ ରଖି ଟଙ୍କା ଫେରସ୍ତ ନିଷ୍ପତ୍ତି ସ୍ଥଗିତ ରଖାଯାଇଛି । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏନେଇ ସବୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଏଥସହିତ ସମସ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଚିଠି ମଧ୍ୟ ଲେଖା ହୋଇଛି। ରାଜ୍ୟରେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କାଳିଆ ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ବର୍ଷକୁ ୧୦ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ସରକାର। ପ୍ରାୟ ୫୧ ଲକ୍ଷ ଚାଷୀଙ୍କ ଖାତାକୁ ଯାଇଥିଲା କାଳିଆ ଟଙ୍କା । ତେବେ ଏମାନଙ୍କ ଭିତରେ କେତେକ ଅଯୋଗ୍ୟ ହିତାଧିକାରୀ ଥିଲେ। ସେମାନଙ୍କ ଚିହ୍ନଟ କରାଯାଇ ଟଙ୍କା ଫେରାଇବାକୁ ନୋଟିସ୍ ପଠାଯାଇଥିଲା। ଏଥିପାଇଁ କୃଷି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.