ବାଲେଶ୍ୱର: କନିଆ ଘରେ ପହଞ୍ଚି ଗଲେ ଶିଶୁ ସୁରକ୍ଷା ଟିମ୍‌ ସହିତ ପୋଲିସ, ଅଧାବାଟରୁ ଶିଶୁପାଳ ହୋଇ ଫେରିଗଲା ବର

ବାଲେଶ୍ୱର: ବାହା ହେବାକୁ ଆସି ଶିଶୁପାଳ ହୋଇ ଫେରିଗଲା ବର । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ଅଞ୍ଚଳରେ । ଗତକାଲି ରାତିରେ ଖଇରା ତୁଡିଗଡ଼ିଆ ଅଞ୍ଚଳର ଶରତ ମହାରଣା ବାହା ହେବାକୁ ପ୍ରସେସନ କରି ଆସିଥିଲେ । ହେଲେ ବର ପହଞ୍ଚିବା ପୂର୍ବରୁ କନିଆ ଘରେ ପହଞ୍ଚି ଯାଇଥିଲେ ଶିଶୁ ସୁରକ୍ଷାର ୫ ଜଣିଆ ଟିମ୍‌ ଏବଂ ପୋଲିସ । କନିଆର ବୟସ ୧୮ ବର୍ଷରୁ ଗୋଟିଏ ମାସ କମ୍‌ ବୋଲି ଜାଣିବାକୁ ପାଇଥିଲେ । ପରିବାର ଲୋକଙ୍କୁ ବୁଝାଇ ବାହାଘର ନକରିବାକୁ କହିଥିଲେ । ସେପଟେ ବିଳମ୍ବିତ ରାତିରେ ବର ଓ ବରଯାତ୍ରୀ ପ୍ରସେସନ୍‌ କରି ଆସୁଥିବା ବେଳେ ଗୋପାଳପୁର ବଜାରରେ ପୋଲିସକୁ ଦେଖି ପଳାଇ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.