ଆରମ୍ଭ ହେଲା Realme C3ର ପ୍ରଥମ ସେଲ, ଗ୍ରାହକଙ୍କୁ ମିଳିବ ଏହି ସବୁ ସ୍ପେଶାଲ ଅଫର

ରିଆଲମି କମ୍ପାନୀ ନିଜ ସ୍ମାର୍ଟଫୋନ C3ର ବିକ୍ରି ଆଜିଠୁ ଆରମ୍ଭ କରିଦେଇଛି । ଗ୍ରାହକମାନେ ନିଜ ନିଜ ବଜେଟ ଅନୁଯାୟୀ ଏହାକୁ ବିଭିନ୍ନ ଇ-କମର୍ସ ସାଇଟ ଜରିଆରେ କିଣିପାରିବେ । ଏହାବାଦ ଏହି ଫୋନଟି କିଣିବା ଉପରେ ଗ୍ରାହକଙ୍କୁ ଅନେକ ଆକର୍ଷଣୀୟ ଅଫର୍ସ ଓ ଡ଼ିସକାଉଣ୍ଟ ବି ମିଳିପାରିବ । କହି ରଖିବା ଉଚିତ କି ଏହା ପୂର୍ବରୁ କମ୍ପାନୀ ନିଜ c1 ଓ c2  ଫୋନକୁ ଭାରତୀୟ ବଜାରରେ ଲଞ୍ଚ କରିଥିଲା । ତେବେ ଆସନ୍ତୁ କାଣିବା ରିଆଲମି ସି ୩ ଉପରେ ମିଳୁଥିବା ବିଭିନ୍ନ ଅଫର ବିଷୟରେ ।

ରିଆଲମିର ସମ୍ଭାବିତ ଦର ଓ ଅଫର:

-କମ୍ପାନୀ ଏହି ଫୋନ ଟିକୁ ଦୁଇଟି ରାମ ଭ୍ୟାରିୟାଣ୍ଟ ସହ ବଜାରରେ ଲଞ୍ଚ କରିଛି । ପ୍ରଥମ ଟିରେ 3 GB ରାମ ଓ 32 GB ଷ୍ଟୋରେଜ ଓ ଅନ୍ୟ ଟିରେ 4 GB ରାମ ଓ 64 GB ଷ୍ଟୋରେଜର ସୁବିଧା ମିଳିପାରିବ । ଏଭିତରୁ କମ୍ପାନୀ ପ୍ରଥମ ଟିର ଦର ୬,୯୯୯ ଟଙ୍କା ରଖାଯାଇଥିବା ବେଳେ ୨ୟ ବ୍ୟାରିୟାଣ୍ଟର ଦର ୭,୯୯୯ ଟଙ୍କା ରଖିଛି । ଏହି ଫୋନ କିଣିଲେ ଗ୍ରାହକଙ୍କୁ ୩୪୯ ଟଙ୍କିଆ ଏକ ପ୍ଲାନର ବେନିଫିଟ ମିଳିପାରିବ । ଏହା ସହ ଗ୍ରାହକଙ୍କୁ ୧,୦୦୦ ଟଙ୍କାର ରିହାତି ମଧ୍ୟ ମିଳିପାରିବ ।

realme new

-ଫିଚର୍ସ କଥା କହିଲେ କମ୍ପାନୀ ଏଥିରେ ୬.୫ ଇଞ୍ଚର ଏଚଡ଼ି ପ୍ଲସ ୱାଟର ଡ୍ରପ ନଚ ଡିଷ୍ପ୍ଲେ ମଧ୍ୟ ସୁବିଧା ଦେଉଚି । ଏହା ସହ ଭଲ ପ୍ରଦର୍ଶନ ପାଇଁ ଅକଟା-କୋର ମିଡ଼ିଆଟେକ ହିଲିଓ ଜି ୭୦ର ଏକ ଚିପସେଟ ମଧ୍ୟ ଦିଆଯାଇଛି । ଏହି ଫୋନଟି ଆଣ୍ଡ୍ରଏଡ଼ ଅପରେଟିଙ୍ଗ ସିଷ୍ଟମ ଉପରେ ବି କାମ କରିବ ବୋଲି ଜଣାଯାଇଛି ।

-ରିଆଲମି ଏହି ଫୋନରେ ଡୁଆଲ ରିୟାର କ୍ୟାମେରା ସେଟଅପର ସୁବିଧା ଦେଇଛି । ଯେଉଁଥିରେ ୧୨ ମେଗା ପିକସଲର ରାଇମେରୀ ଲେନ୍ସ ସହିତ ୨ ମେଗାପିକଶଲର ଲେନ୍ସ ସୁବିଧା ମଧ୍ୟ ଦିଆଯାଇଛି । ଏହା ସହ ୟୁଜର ମାନଙ୍କୁ ୫ ମେଗା ପିକସଲର କ୍ୟାମେରା ବି ମିଳିପାରିବ । କନେକ୍ଟିଭିଟି ଦୃଷ୍ଟିରୁ ଏହି ଫୋନରେ ୪ ଜି ଭଲଟି, ୱାଇ-ଫାଇ, ବ୍ଲୁ ଟୁଥ, ଜିପିଏସ ଓ ୟୁଏସବି ପୋର୍ଟ ଭଳି ଫିଚର୍ସ ବି ମିଳିପାରିବ । ଏସବୁ ବ୍ୟତୀତ ୟୁଜରଙ୍କୁ ଏଥିରେ ରିଭର୍ସ ଚାରଜିଙ୍ଗ ଫିଚର୍ସ ସହ ୫,୦୦୦ ଏମଏଚର ବ୍ୟାଟେରୀ ସୁବିଧା ବି ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.