କର୍ଣ୍ଣାଟକର ଏହି ଗାଉଁଲି ଯୁବକ ମଇଁଷି ଦୌଡରେ ସୃଷ୍ଟି କରିଛନ୍ତି ନୂଆ ରେକର୍ଡ, ୯.୫୫ ସେକେଣ୍ଡ ଅତିକ୍ରମ କଲେ ୧୦୦ ମିଟର

ଓସେନ୍ ବୋଲ୍‌ଟଙ୍କଠାରୁ ବି ଦ୍ରୁତ ଧାବକ ଶ୍ରୀନିବାସ । କର୍ଣ୍ଣାଟକର ଏହି ଗାଉଁଲି ଯୁବକ ମଇଁଷି ଦୌଡରେ ସୃଷ୍ଟି କରିଛନ୍ତି ନୂଆ ରେକର୍ଡ । ଜାମାଇକାର ତାରକା ଧାବକ ବୋଲ୍‌ଟଙ୍କ ନାଁରେ ୧୦୦ ମିଟର ଦୌଡରେ ବିଶ୍ୱ କିର୍ତ୍ତୀମାନ ରହିଛି ୯.୫୮ ସେକେଣ୍ଡ । ହେଲେ ଦକ୍ଷିଣ କନ୍ନଡ ଜିଲ୍ଲା ମୁଦାବିଦ୍ରୀର ଏହି ୨୮ ବର୍ଷୀୟ ଯୁବକ ଶ୍ରୀନିବାସ ଗୌଡ଼ ମାତ୍ର ୯.୫୫ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଛନ୍ତି ।

srivasହେଲେ ସେ କୌଣସି ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇନଥିବାରୁ ଏହାକୁ ସିଧାସଳଖ ବିଶ୍ୱ କୀର୍ତ୍ତିମାନ କୁହାଯାଇପାରିବ ନାହିଁ । କର୍ଣ୍ଣାଟକ ଉପକୂଳ ଜିଲ୍ଲାରେ ହେଉଥିବା ପାରମ୍ପରିକ ମଇଁଶୀ ଦୌଡ଼ ଅବସରରେ ସେ ଏହି ସଫଳତା ହାସଲ କରିଛନ୍ତି । ଏହି ସଫଳତାର ଶ୍ରେୟ ମଇଁଷିକୁ ଯିବ ବୋଲି ଶ୍ରୀନିବାସ କହିଛନ୍ତି । ଏହି କୀର୍ତ୍ତିମାନ ପରେ ଶ୍ରୀନିବାସଙ୍କୁ ଅଲିମ୍ପିକ୍ ପାଇଁ ତାଲିମ ଦିଆଯିବା ଦରକାର ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.