Amazon ରେ ଚାକିରୀ କରିବାକୁ ଚାହୁଁଛନ୍ତି କି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ

ଆମାଜନ୍‌ରେ ଚାକିରୀ କରିବା ଅଧିକାଂଶ ଯୁବପିଢୀ ଇଛା ରଖିଥାନ୍ତି। ଯୁବପିଢୀଙ୍କ ମଧ୍ୟରେ ଆମାଜନ୍‌ ଏଭଳି ଏକ କମ୍ପାନୀ ଯେଉଁଥିରେ ଯୋଡି ହେବାର ସଫଳତା ଆଶା କରାଯାଇଥାଏ। ଅଧିକାଂଶ ଲୋକମାନେ ଭାବିଥାନ୍ତି ଏହି ବହୁରାଷ୍ଟ୍ରିୟ କମ୍ପାନୀରେ ଚାକିରୀ ମିଳିବା ଖୁବ୍‌ କଷ୍ଟକର। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମାତ୍ର କମ ପଢିଥିବା ସତ୍ତ୍ୱେ ମଧ୍ୟ ଆପଣ ଏହି କମ୍ପାନୀରେ ସହଜରେ ଚାକିରୀ କରିପାରିବେ। ଆପଣ ଏଠାରେ ଫୁଲ୍‌ ଟାଇମ୍‌ କିମ୍ବା ପାର୍ଟ ଟାଇମ୍‌ କାମ କରି ୫୦ ହଜାର ଟଙ୍କାରୁ ଅଧିକ ଦରମା ପାଇପାରିବେ।

amazoneeଆମାଜନ୍‌ ନିଜର ଉତ୍ପାଦକୁ ଡେଲିଭରି କରିବା ପାଇଁ ହଜାର ଡେଲିଭରି ବୟ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଡେଲିଭରି ବୟ ଗୋଦାମରୁ ଜିନିଷ ନେଇ ଅର୍ଡର କରାଯାଇଥିବା ଠିକଣାରେ ପହଞ୍ଚାଇବାକୁ ପଡିବ। ଯଦି ଆପଣ ଏହି କାମ ପୁରା ଦିନ କରିପାରିବେ ନାହିଁ ତେବେ ପାର୍ଟ ଟାଇମ୍‌ କରିବାର ମଧ୍ୟ ବ୍ୟବସ୍ଥା ରହିଛି।

ଆମାଜନ୍‌ ଡେଲିଭରି ବୟଙ୍କୁ ପ୍ରତ୍ୟେକ ମାସରେ ନିୟମିତ ଦରମା ଦେଇଥାଏ। କମ୍ପାନୀ ନିଜର ଡେଲିଭରି ବୟଙ୍କୁ ଅଭିଜ୍ଞତା ଅନୁଯାୟୀ ଦରମା ଦେଇଥାଏ। ଯଦି କୌଣସି ଡେଲିଭରି ବୟ ଦିନରେ ୧୫୦ କିମ୍ବା ତାଠାରୁ ଅଧିକ ପ୍ୟାକେଟ ଡେଲିଭରି କରିଥାଏ ତେବେ ସେହି ବ୍ୟକ୍ତି ପ୍ରତି ମାସରେ ସହଜରେ ୫୦ ହଜାର ଦରମା ପାଇପାରିବେ।

shoppingଆମାଜନ୍‌ ନିଜ ଜିନିଷର ପ୍ୟାକେଟ କିମ୍ବା ପାର୍ସଲ ଡେଲିଭରି କରିବା ପାଇଁ ଯେଉଁ ବ୍ୟକ୍ତିଙ୍କୁ ଚାକିରୀରେ ରଖିଥାନ୍ତି ତାଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ପ୍ରତି ଏତେ ଧ୍ୟାନ ଦିଆଯାଇନଥାଏ। କିନ୍ତୁ ଅଧିକ ଶିକ୍ଷାଗତ ଯୋଗ୍ୟତା କାରଣରୁ ଆପଣଙ୍କର ଦରମା ବଢିବାର ମଧ୍ୟ ସୁଯୋଗ ରହିଛି। ଡେଲିଭରୀ ବୟ ପଦବୀରେ ଚାକିରୀ କରିବା ପାଇଁ ଆପଣ ଆମାଜନ୍‌ ସାଇଟ୍‌ https://logistics.amazon.in/applynow ଜରିଆରେ ଆବେଦନ କରିପାରିବେ।