ସମାନ୍ୟ ବଚସାରୁ ଉଗ୍ରରୂପ ନେଲା ଗଣ୍ଡଗୋଳ: ନୀଳଗିରି ମିତ୍ରପୁର ଅଞ୍ଚଳରେ ବୁଲିଲା ଖଣ୍ଡା, ୨ ଗୁରୁତର

ବାଲେଶ୍ୱର(କେନ୍ୟୁଜ୍‌): ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ଅଞ୍ଚଳରେ ବୁଲିଲା ଖଣ୍ଡା । ଜମିଜମା ବିବାଦକୁ ନେଇ ଆକ୍ରମଣରେ ୨ ଗୁରୁତର । ସୂଚନା ଅନୁଯାୟୀ, କଲ୍ୟାଣି ଗ୍ରାମର କାଳିପ୍ରସାଦ ନାୟକ ଓ ତାଙ୍କ ପୁଅ ଜ୍ୟୋତିମୟୀଙ୍କ ସହ ମିତ୍ରପୁର ଅଞ୍ଚଳର କାଳିଆର କଥାକଟି ହୋଇଥିଲା ।

ସମାନ୍ୟ ବଚସାରୁ ଉଗ୍ରରୂପ ନେଇଥିଲା ଗଣ୍ଡଗୋଳ । ପରେ କାଳିଆ ନିଜ ଭାଇ ସହ ୨୦ରୁ ଊର୍ଦ୍ଧ୍ଵ ଯୁବକଙ୍କୁ ଧରି ମାରଣାସ୍ତ୍ରରେ ବାପ ପୁଅଙ୍କୁ ଆକ୍ରମଣ କରିଥିଲା । ଫଳରେ କାଳିପ୍ରସାଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପରେ କଲ୍ୟାଣି ଗ୍ରାମର ଟ୍ରକ ହେଲପର ହରିଶ୍ଚନ୍ଦ୍ର ମଲ୍ଲିକ ନାମକ ଯୁବକ ଭିଡ଼ ପାଇଁ ଟ୍ରକରୁ ଓହ୍ଲାଇ ଗାଡି ସାଇଡ ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା ।

ଖବରପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଗୁରୁତରଙ୍କ ମେଡିକାଲରେ ଭର୍ତ୍ତି କରିଛି । ଏଥିସହ ଆହାତଙ୍କ ପୁଅ ଜ୍ୟୋତିମୟୀଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.