କୁକୁରକୁ ଉଠାଇ ନେଇଗଲା କଲରାପତରିଆ ବାଘ! ନାସିକରୁ ଆସିଲା ଛାତିଥରା ସିସିଟିଭି ଫୁଟେଜ, ଆପଣ ବି ଦେଖି ନିଅନ୍ତୁ
ମହାରାଷ୍ଟ୍ର ନାସିକର ଏକ ଗାଁରେ ଏକ କଲରାପତରିଆ ବାଘ ଜନବସତି ଅଞ୍ଚଳକୁ ପଶି ଆସିଥିଲା। ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ବାଘଟି ଏକ ପୋଷା କୁକୁର ଉପରେ ମଧ୍ୟ ଆକ୍ରମଣ କରିଛି। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭୟଙ୍କର ଘଟଣାର ଭିଡିଓ ୟୁଜରମାନଙ୍କ ହୋଶ୍ ଉଡ଼ାଇ ଦେଇଛି। ଟ୍ଵିଟରରେ ଏହାକୁ ୮୬ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି।
ଭିଡିଓରେ ଦେଖାଯାଉଛି କି, ଲାଲ୍ ରଙ୍ଗର ପଟି ବନ୍ଧା ହୋଇଥିବା ଏକ କଳା କୁକୁର ପାଚେରୀ ଉପରେ ବସିଛି। କିଛି ସେକେଣ୍ଡ ପରେ ଫୁଟେଜ୍ରେ ଏକ କଲରାପତରିଆ ବାଘ ନଜର ଆସୁଛି। ତେବେ ବାଘଟି ପ୍ରଥମେ କୁକୁରକୁ ଦେଖି ପଛକୁ ହଟୁଛି ଏବଂ ପରେ ଆଗକୁ ଆସି କୁକୁର ଉପରେ ଆକ୍ରମଣ କରୁଛି। କିଛି ସମୟର ଆକ୍ରମଣ ପ୍ରତିଆକ୍ରମଣ ପରେ କଲରାପତରିଆ, କୁକୁରକୁ ପାଟିରେ କାମୁଡ଼ି ସେଠାରୁ ନେଇ ଚାଲି ଯାଉଛି।
ଏ ନେଇ ନାସିକ ଉପ ବନ ସଂରକ୍ଷକ ପଙ୍କଜ ଗର୍ଗ କହିଛନ୍ତି, ‘ଆମେ ଗ୍ରାମବାସୀଙ୍କୁ ରାତିରେ ଘର ଭିତରେ ରହିବାକୁ ଅପିଲ କରୁଛି। କାହିଁକି ନା, ଏହି ଅଞ୍ଚଳରେ କଲରାପତରିଆ ବାଘମାନଙ୍କର ଗତିବିଧି ବଢ଼ି ଯାଇଛି। ଲୋକେ ଏଥିପ୍ରତି ସତର୍କ ରହିବା ଉଚିତ’। ସୋସିଆଲ ମିଡିଆରେ ଜଣେ ୟୁଜର କହିଛନ୍ତି, ‘ଲୋକମାନେ ନିଜ ପୋଷା କୁକୁରଙ୍କୁ କାହିଁକି ବାହାରେ ରଖୁଛନ୍ତି। ଯେତେବେଳେ କି, ସେମାନଙ୍କୁ ଜଣାଥାଏ ଯେ କଲରାପତରିଆ ବାଘ ଆକ୍ରମଣ କରିପାରେ’।
#WATCH | Leopard entered a residential area in Mungsare village of Nashik, attacked a pet dog yesterday
(Source: CCTV) pic.twitter.com/OznDoeQvHR
— ANI (@ANI) June 6, 2022