ହୋଲି ଖେଳ ସମୟରେ ଗୋଷ୍ଠୀ ସଂଘର୍ଷ; ୨ ଜଣ ଗୁରୁତର, ୫ ଆହତ

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଗଡ଼ବାନ୍ଧଗୋଡା ଗାଁରେ ପଞ୍ଚାୟତ ନିର୍ବାଚନ ସମୟରୁ ଲାଗିରହିଥିବା ଗୋଷ୍ଠୀ ସଂଘର୍ଷ ଆଜି ଉଗ୍ର ରୂପ ଧାରଣ କରିଛି । ହୋଲିରେ ରଙ୍ଗ ଖେଳ ବେଳେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଗୋଟିଏ ଗୋଷ୍ଠୀର କିଛି ଲୋକ ହୋଲି ଖେଳୁଥିବା ବେଳେ ଅନ୍ୟ ଗୋଷ୍ଠୀର କିଛି ଲୋକ ସେମାନଙ୍କୁ ଢେଲା ପଥର ମାରିଥିବା ଅଭିଯୋଗ ହୋଇଛି ।

ଘଟଣା ପରେ ସଂଘର୍ଷ ଉଗ୍ର ରୂପ ନେବାରୁ ଗୋଟିଏ ଗୋଷ୍ଠୀର ୫ ଜଣ ଆହତ ହୋଇ ସାଇଁକୁଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ରାମଚନ୍ଦ୍ରପୁର ଥାନା ପୋଲିସ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.