Below header

ଆସିଲା ବିଶ୍ୱ ସୁଖୀ ରାଷ୍ଟ୍ର ରିପୋର୍ଟ ୨୦୨୨: ଫିନଲ୍ୟାଣ୍ଡ ଲଗାତାର ପଞ୍ଚମ ଥର ପାଇଁ ବିଶ୍ୱର ସବୁଠୁ ସୁଖୀ ଦେଶ ଥିବା ବେଳେ ସବୁଠାରୁ ଦୁଃଖୀ ରାଷ୍ଟ୍ର ହେଉଛି ଆଫଗାନିସ୍ତାନ

ଜଣ ଗଣନା ପରି ପ୍ରାୟ ସବୁ ବର୍ଷ ପ୍ରତ୍ୟେକ ଦେଶ ବିଷୟରେ ମଧ୍ୟ ରିପୋର୍ଟ ପ୍ରସ୍ତୁତ କରାଯାଏ। ଖାସ କରି ବିଶ୍ୱର କେଉଁ ରାଷ୍ଟ୍ର ସବୁଠାରୁ ଶୁଖି ଓ କେଉଁ ରାଷ୍ଟ୍ର ସବୁଠାରୁ ଦୁଃଖୀ, ସେହି ବିଷୟରେ ରିସର୍ଚ୍ଚ କରାଯାଇ ସଠିକ୍ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ବର୍ତ୍ତମାନ ମଧ୍ୟ ୨୦୨୨ ରେ ଏହାର ରିପୋର୍ଟ ଗତ କାଲି ଅର୍ଥାତ ମାର୍ଚ୍ଚ ୧୮ ତାରିଖରେ ଆସିସାରିଛି।

ସବୁ ଦେଶକୁ ପଛରେ ପକାଇ ଫିନଲ୍ୟାଣ୍ଡ ପୁଣିଥରେ ପଞ୍ଚମ ଥର ପାଇଁ ବିଶ୍ୱର ସବୁଠୁ ସୁଖୀ ଦେଶ ଥିବା ବିବେଚନା କରାଯାଇଛି। ଖାସ କରି ଅଧିକ ଖୁସିରେ ଥିବା ବିଶ୍ୱର ୧୦ ଟି ଦେଶକୁ ଟପ୍ ୧୦ରେ ରଖାଯାଇଛି। ଡେନମାର୍କ ଦ୍ୱିତୀୟ ସୁଖୀ ଦେଶ ଥବା ବେଳେ ଅନ୍ୟପକ୍ଷରେ ଆଫଗାନିସ୍ତାନ ଦୁନିଆର ସବୁଠାରୁ ଅସନ୍ତୁଷ୍ଟ ଓ ଦୁଃଖୀ ଦେଶ ଭାବରେ ସ୍ଥାନ ପାଇଛି। ଚଳିତ ବର୍ଷ ରିପୋର୍ଟର ଦଶମ ଏଡିସନ ବା ସଂସ୍କରଣ ଅନୁଯାୟୀ ମାର୍ଚ୍ଚ ୧୮ ରେ ହିଁ ଏହି ପ୍ରକାଶ ପାଇଛି।

୨୦୧୨ ଠାରୁ ଏହି ରିପୋର୍ଟ ପ୍ରକାଶିତ କରାଯାଉଛି। କିପରି ଚିନ୍ତାଧାରା ରଖିଲେ ଓ କେଉଁ ସବୁ କାମକୁ ଆପଣେଇଲେ ଗୋଟେ ରାଷ୍ଟ୍ର ସୁଖରେ ରହିପାରିବ ଓ ଦେଶବାସୀ କିପରି ମାନସିକ ଶାନ୍ତିରେ ରହିବେ, ସେଥିପାଇଁ ହିଁ ଏପରି ରିପୋର୍ଟ ପ୍ରସ୍ତୁତ କରାଯାଏ। ତେବେ ମିଳିତ ଜାତିସଂଘର ସଷ୍ଟେନେବଲ ଡେଭଲପମେଣ୍ଟ ସଲ୍ୟୁସନ ନେଟୱାର୍କ ଏହି ରିପୋର୍ଟ ପ୍ରକାଶିତ କରେ। ରିପୋର୍ଟରେ ବିଭିନ୍ନ କାରଣ ଉପରେ ଆଧାର କରି ଡାଟା ପ୍ରସ୍ତୁତ କରାଯାଇଥାଏ।

ବିଶ୍ୱର ଶୁଖି ରାଷ୍ଟ୍ର ଭାବେ ପ୍ରାୟ ୧୫୦ ଟି ଦେଶକୁ ଗଣତି କରାଯାଏ। ରିପୋର୍ଟ ସାଧାରଣତଃ ମୁଣ୍ଡପିଛା ଆୟ ପ୍ରତି ଥିବା ଜିଡିପି, ସୋସିଆଲ ସପୋର୍ଟ, ହେଲ୍ଥ ଲାଇଫ ଏକ୍ସପେକ୍ଟଟାନ୍ସି, ନିଜ ଜୀବନ ପାଇଁ ନିଷ୍ପତି ନେବାର ସ୍ଵାଧୀନତା, ଉଦାରତା ଉପରେ କରାଯାଏ। ଯାହା ଆଧାରରେ କେଉଁ ଦେଶ କେତେ ଖୁସିରେ ଅଛି ଜଣାପଡେ। ଚଳିତ ବର୍ଷ ଏହି ରିପୋର୍ଟ ୧୪୬ ଟି ଦେଶକୁ ନେଇ କରାଯାଇଥିଲା ଓ ଟପ୍ ଟେନରେ ସ୍ଥାନ ପାଇଛି ୧୦ ଟି ଶୁଖି ରାଷ୍ଟ୍ର।

ତେବେ ୧୪୭ ଟି ଦେଶ ମଧ୍ୟରୁ ସବୁଠାରୁ ଖୁସିରେ ରହୁଥିବା ଦେଶ ଗୁଡ଼ିକ ହେଇଛନ୍ତି ଫିନଲ୍ୟାଣ୍ଡ, ଡେନମାର୍କ, ଆଇସଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡସ୍ , ଲକ୍ସେମବର୍ଗ, ସ୍ୱିଡେନ, ନରୱେ, ଇସ୍ରାଏଲ ଓ ନ୍ୟୁଜିଲ୍ୟାଣ୍ଡ।
ଏହି ଦେଶ ଗୁଡ଼ିକୁ ଶୁଖି ରାଷ୍ଟ୍ର ଭାବେ ଘୋଷଣା କରାଯାଇଛି। କାରଣ ଏହି ୧୦ଟି ଦେଶରେ ଲୋକେ ଶାନ୍ତିରେ ରୁହନ୍ତି। ଏମାନଙ୍କର କୌଣସି ଆର୍ଥିକ ସଙ୍କଟ ମଧ୍ୟ ଦେଖାଯାଇନାହିଁ। ସମସ୍ତେ ସମସ୍ତଙ୍କୁ ସାମାଜିକ ଭାବେ ସାହାଯ୍ୟ କରନ୍ତି। କୌଣସି ଦଙ୍ଗା ମଧ୍ୟ ଏହି ଦେଶରେ ଦେଖିବାକୁ ମିଲେନି। ସେଥିପାଇଁ ଏହି ଦେଶ ଗୁଡ଼ିକୁ ଶୁଖି ରାଷ୍ଟ୍ର ଭାବେ ବିବେଚନା କରାଯାଉଛି। ଅନ୍ୟପକ୍ଷରେ ଆଫଗାନିସ୍ତାନକୁ ଦୁନିଆର ସବୁଠାରୁ ଅସନ୍ତୁଷ୍ଟ ଦେଶ ଭାବେ ସ୍ଥାନିତ କରାଯାଇଥିଲା। ତେବେ ଅତ୍ୟନ୍ତ ଖୁସିରେ ଥିବା ଦେଶ ଗୁଡ଼ିକ ହେଉଛନ୍ତି ଡେନମାର୍କ, ଆଇସଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଏବଂ ଫିନଲ୍ୟାଣ୍ଡ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.