‘ନାଏକ ନେହିଁ ଖଲନାୟକ ହୁଁ ମେଁ’ ଗୀତରେ ଡ୍ୟାନ୍ସ କରି ନିଜ ଛାତିରେ ଛୁରୀ ଭୁସି ଦେଲା ଯୁବକ, ଡାକ୍ତରଖାନାରେ ମୃତ୍ୟୁ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଉଛି ଯାହାକୁ ଦେଖିଲେ ନିଶ୍ଚିତ ଭାବେ ଆପଣଙ୍କ ହୃଦୟ ଥରିଉଠିବ। ଯେଉଁଥିରେ ଜଣେ ଯୁବକ ଡ୍ୟାନ୍ସ କରି କରି ନିଜ ଛାତିରେ ଛୁରୀ ଭୁସି ଦେଇଛନ୍ତି। ଏହା ଦେଖି ତାଙ୍କ ସାଙ୍ଗ ସାଥି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ମଧ୍ୟପ୍ରଦେଶର ଇନ୍ଦୋରର ବାଣଗଙ୍ଗାରେ ହୋଲିକା ଦହନ କାର୍ଯ୍ୟକ୍ରମରେ ଜଣେ ଯୁବକ ଡ୍ୟାନ୍ସ କରି କରି ନିଜ ଛାତିରେ ଛୁରୀ ଭୁସି ଦେଇଥିବା ନଜର ଆସିଥିଲେ। ଆଉ ଏହାକୁ ତାଙ୍କ ସାଙ୍ଗ ଭିଡିଓ କରୁଥିବା ସମୟରେ କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଥିଲା। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଥିଲେ।

ବାଣଗଙ୍ଗାର ୩୮ ବର୍ଷୀୟ ଗୋପାଳ ନିଜର ସାଙ୍ଗ ଓ ପରିବାର ଲୋକଙ୍କ ସହ ହୋଲିକା ଦହନରେ ଡ୍ୟାନ୍ସ କରୁଥିଲେ । ନାଏକ ନେହିଁ ଖଲନାୟକ ହୁଁ ମେଁ ଗୀତରେ ନାଚି ନାଚି ସେ ହାତରେ ଏକ ଛୁରୀ ନେଇ ନିଜକୁ ମାରିବାର ଅଭିନୟ କରିଥିଲେ । କିନ୍ତୁ ଛୁରୀଟି ଗୋପାଳଙ୍କ ଛାତି ଭିତରକୁ ପଶିଯାଇଥିଲା । ଏହି କାରଣରୁ ତାଙ୍କୁ ଛାତିରୁ ଜୋରରେ ରକ୍ତ ବୋହିବାକୁ ଲାଗିଥିଲା । ଗୁରୁତର ଅବସ୍ଥାନରେ ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.