ପଦାରେ ପଡିଲା ନୟାଗଡ ବିଜେପିର ଗୋଷ୍ଠୀ କନ୍ଦଳ: ଜିଲ୍ଲାସ୍ତରୀୟ ବୈଠକରେ ପିଟାପିଟି ହେଲେ କର୍ମୀ

nayagarh group classନୟାଗଡ: ସଭାସ୍ଥଳ ପାଲଟିଲା ରଣକ୍ଷେତ୍ର। ଧସ୍ତାଧସ୍ତି, ଚେୟାର ଭଙ୍ଗାରୁଜା। ନୟାଗଡ଼ରେ ବିଜେପିର ଜିଲ୍ଲାସ୍ତରୀୟ ବୈଠକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଗୋଷ୍ଠୀ ସଂଘର୍ଷରେ ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏହି ଜିଲ୍ଲାସ୍ତରୀୟ ବୈଠକକୁ ବିଜେପିର ଗୋଟିଏ ଗୋଷ୍ଠୀକୁ ଡକାଯାଇନଥିଲା। ଏହାର ପ୍ରତିବାଦରେ ସଂପୃକ୍ତ ଗୋଷ୍ଠୀ ବୈଠକସ୍ଥଳରେ ପହଞ୍ଚି ପ୍ରବଳ ପାଟିତୁଣ୍ଡ କରିଥିଲେ। ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ପିଟାପିଟି ଆରମ୍ଭ ହୋଇଥିଲା । ବୈଠକରେ ବିଜେପି ବିଧାୟକ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ। ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏନେଇ ତଦନ୍ତ କରୁଛି ।

Leave A Reply

Your email address will not be published.