ଲଗାତାର ଦ୍ୱିତୀୟ ବିଜୟ : ଚାମ୍ପିୟନ୍ସ ଟ୍ରଫି ହକିରେ ଚମକିଲା ଭାରତୀୟ ପୁରୁଷ ଟିମ୍
ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫି ହକିରେ ଚମକିଲା ଭାରତ ପୁରୁଷ ଟିମ୍ । ଲଗାତାର ଦ୍ୱିତୀୟ ବିଜୟ ହାସଲ । ପାକିସ୍ତାନ ପରେ ଅଲିମ୍ପିକ୍ସ ଚାମ୍ପିୟନ୍ସ ତଥା ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ ଆର୍ଜେଣ୍ଟିନାକୁ ହରାଇଛି ଟିମ୍ ଇଣ୍ଡିଆ । ଆଜି ଖେଳାଯାଇଥିବା ମ୍ୟାଚ୍ରେ ଆର୍ଜେଣ୍ଟିନାକୁ ୨-୧ ରରେ ମାତ୍ ଦେଇଛି । ଦଳ ପକ୍ଷରୁ ହରମନପ୍ରୀତ ଓ ମନଦୀପ ସିଂହ ଗୋଲ୍ ଦେଇଥିଲେ । ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟ କ୍ୱାର୍ଟରର ୧୭ ମିନିଟରେ ଭାରତକୁ ପ୍ରଥମ ପେନାଲ୍ଟିଂ ମିଳିଥିଲା । ଯାହାକୁ ଗୋଲ୍ରେ ପରିଣତ କରିଥିଲେ ହରମନପ୍ରୀତ । ଏହାପରେ ୨୦ ମିନିଟ ଭିତରେ ଆର୍ଜେଣ୍ଟିନା ଗୋଲ୍ ଦେଇଥିଲା । ପରେ ୨୮ ମିନିଟରେ ଆଉ ଏକ ଗୋଲ୍ ଦେଇଥିଲେ ମନଦୀପ ସିଂହ । ଗତକାଲି ପାରମ୍ପରିକ ପ୍ରତିନ୍ଦ୍ୱତୀ ପାକିସ୍ତାନକୁ ୪-୦ ଗୋଲରେ ମାତ ଦେଇଥିଲେ ଭାରତ ।
ଏହି ବିଜୟ ପରେ ଟିମ୍ ଇଣ୍ଡିଆ ଓ ଖେଳାଳିଙ୍କୁ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଆସନ୍ତା ୨୭ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।