ଭୁବନେଶ୍ୱର ଆଇଜି ପାର୍କ ନିକଟରେ ଜିଆର୍‌ପି ଥାନା ଏଏସଆଇଙ୍କୁ ଆକ୍ରମଣ, ବାଇକ୍‌ ଚୋରକୁ ଧରି ହେଲେ ଗୁରୁତର

ବାଇକ୍‌ ଚୋରକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଜିଆର୍‌ପି ଥାନା ଏଏସଆଇ । ଭୁବନେଶ୍ୱର ଆଇଜି ପାର୍କ ନିକଟରେ ବାଇକ୍‌ ଚୋରକୁ ଧରିବାକୁ ଯାଇଥିବା ବେଳେ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି ।

ଭୁବନେଶ୍ୱର(କେନ୍ୟୁଜ୍‌) : ବାଇକ୍‌ ଚୋରକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଜିଆର୍‌ପି ଥାନା ଏଏସଆଇ । ଭୁବନେଶ୍ୱର ଆଇଜି ପାର୍କ ନିକଟରେ ବାଇକ୍‌ ଚୋରକୁ ଧରିବାକୁ ଯାଇଥିବା ବେଳେ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି ।

କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତା ନିକଟରୁ ୩ଟି ଚୋରା ବାଇକ୍‌, ଧାରୁଆ ଛୁରୀ ଓ ମାଷ୍ଟର କି ଜବତ ହୋଇଛି । ଅଭିଯୁକ୍ତ ନାଁରେ କମିସନରେଟ୍‌ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.