ତାଳଚେରରେ ଜିଏସ୍‌ଟି ରେଡ, ମାଆ ହିଙ୍ଗୁଳା ଟ୍ରାନ୍ସପୋର୍ଟ ଓ ହିଙ୍ଗୁଳା ଟ୍ରେଡର୍ସରେ ଚଢ଼ାଉ

ତାଳଚେରରେ ମାଆ ହିଙ୍ଗୁଳା ଟ୍ରାନ୍ସପୋର୍ଟ ଓ ହିଙ୍ଗୁଳା ଟ୍ରେଡର୍ସରେ ଚଢ଼ାଉ ଜାରି । ଦୁଇ କୋଇଲା ବ୍ୟବସାୟୀ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ରେଡ କରୁଛନ୍ତି ୨୫ ଜଣିଆ ଜିଏସଟି ଟିମ ।

ତାଳଚେର (କେନ୍ୟୁଜ): ଷ୍ଟେଟ ଜିଏସ୍‌ଟି ପକ୍ଷରୁ ମାରାଥନ ରେଡ । ତାଳଚେରରେ ମାଆ ହିଙ୍ଗୁଳା ଟ୍ରାନ୍ସପୋର୍ଟ ଓ ହିଙ୍ଗୁଳା ଟ୍ରେଡର୍ସରେ ଚଢ଼ାଉ ଜାରି । ଦୁଇ କୋଇଲା ବ୍ୟବସାୟୀ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ରେଡ କରୁଛନ୍ତି ୨୫ ଜଣିଆ ଜିଏସଟି ଟିମ । ତାଳଚେର ସମେତ ଭୁବନେଶ୍ଵର ଓ ଢେଙ୍କାନାଳରେ ଥିବା ଏହି ଦୁଇ ଭାଇଙ୍କ ବାସଭବନ, ବ୍ୟାବସାୟିକ ପ୍ରତିଷ୍ଠାନ ଓ ଅଫିସରେ ରେଡ କରାଯାଉଛି । ଢେଙ୍କାନାଳ ଓ ତାଳଚେରରେ ମହେନ୍ଦ୍ରଙ୍କ ୪ଟି ବ୍ୟାବସାୟିକ ପ୍ରତିଷ୍ଠାନରେ ଖୋଳତାଡ଼ ଚାଲିଛି ।

ଭୁବନେଶ୍ୱର NV imperia ଆପର୍ଟମେଣ୍ଟରେରେ ଥିବା ମହେନ୍ଦ୍ରଙ୍କ ଏକ ଫ୍ଲାଟରେ ରେଡ କରାଯାଇଛି । ଏହାଛଡା କଟକ ଜିଏସଟି ପକ୍ଷରୁ ତାଳଚେର ହାଣ୍ଡିଧୁଆ ଛକରେ ଥିବା ଏକ କ୍ରସରରେ ରେଡ଼ କରାଯାଇଛି । ତାଙ୍କର ଆୟ ଓ ୱେବସାଇଟରେ ଫାଇଲ ହୋଇଥିବା GST ତଥ୍ୟ ମେଳ ହେଉଥିବାରୁ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.