BYJU ର ସିଇଓଙ୍କ ଘର ଏବଂ ଅଫିସରେ ଇଡିର ଚଢାଉ, ବୈଦେଶିକ ପାଣ୍ଠି ଆଇନର ଉଲ୍ଲଙ୍ଘନ ଅଭିଯୋଗ

BYJU ର ସିଇଓ ରବୀନ୍ଦ୍ରନଙ୍କ ଘର ଏବଂ ଅଫିସରେ ପଶିଲା ଇଡି । ଇଡି ଚଢାଉ କରି ଘରୁ ଓ ଅଫିସରୁ ଆପତ୍ତିଜନକ ଦସ୍ତାବିଜ ସହିତ ଡିଜିଟାଲ ଡାଟା ଜବତ କରିଛି । ବୈଦେଶିକ ପାଣ୍ଠି ଆଇନର ଉଲ୍ଲଙ୍ଘନ ଅଭିଯୋଗରେ ଏହି ଚଢାଉ ହୋଇଛି ।

BYJUର ସିଇଓ ରବୀନ୍ଦ୍ରନ ବାଇଜୁଙ୍କ ବେଙ୍ଗାଲୁରୁ ସ୍ଥିତ ଘର ଏବଂ ଅଫିସରେ ଚଢାଉ କରିଛି ଇଡି । ବୈଦେଶିକ ବିନିମୟ ପରିଚାଳନା ଆକ୍ଟର ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ତାଙ୍କ ଅଫିସ ଏବଂ ଘରୁ ଆପତ୍ତିଜନକ ଦସ୍ତାବିଜ ସହିତ ଡିଜିଟାଲ ଡାଟା ଜବତ କରାଯାଇଛି ।

ଫେମା ନିୟମ ଉଲ୍ଲଂଘନ ଅଭିଯୋଗରେ ଆଜି ଇଡି ବେଙ୍ଗାଲୁରୁ ସ୍ଥିତ ବାୟଜୁସ୍ ଅଫିସରେ ଚଢ଼ାଉ କରିଥିଲା । ରବୀନ୍ଦ୍ରନ ବାଇଜୁ ଓ ତାଙ୍କ କମ୍ପାନୀ ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ ଲିମିଟେଡ୍ ବିରୋଧରେ ବୈଦେଶିକ ବିନିମୟ ପରିଚାଳନା ଆକ୍ଟ ନିୟମ ଉଲ୍ଲଂଘନ ନେଇ କମ୍ପାନୀ ବିରୋଧରେ ଅଭିଯୋଗ ଆସିଛି ।


ଏହି ଚଢାଉରେ ତାଙ୍କ କମ୍ପାନୀରେ ୨୦୧୧ରୁ ୨୦୨୩ ମଧ୍ୟରେ ପ୍ରାୟ ୨୮ ହଜାର କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ହୋଇଛି। ଏହି ସମୟ ମଧ୍ୟରେ କମ୍ପାନୀ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ନାମରେ ବିଭିନ୍ନ ବିଦେଶୀ ସଂସ୍ଥାକୁ ପ୍ରାୟ ୯୭୫୪ କୋଟି ଟଙ୍କା ଦେଇଛି। ସେହିପରି ତାଙ୍କ କମ୍ପାନୀ ୨୦୨୦-୨୧ ଆର୍ଥିକ ବର୍ଷ ଠାରୁ ଆଉ ଫାଇନାନସିଆଲ ଷ୍ଟେଟମେଣ୍ଟ ପ୍ରସ୍ତୁତ କରି ନାହିଁ କି ଆକାଉଣ୍ଟ ଅଡିଟ କରି ନାହିଁ ବୋଲି ଇଡି କହିଛି । ତେଣୁ ଇଡି ପକ୍ଷରୁ ଚଢାଉ କରାଯାଇଛି ।

ରବୀନ୍ଦ୍ରନ ବାଇଜୁଙ୍କୁ ଅନେକ ଥର ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା। କିନ୍ତୁ ସେ କେବେ ବି ହାଜର ହୋଇ ନଥିଲେ। ତେବେ ଲୋକଙ୍କଠାରୁ ଅନେକ ଅଭିଯୋଗ ପାଇବା ପରେ ଇଡି ଏହି ଚଢାଉ କରିଛି ।