Below header

ଫଟୋଗ୍ରାଫର ହତ୍ୟାକାଣ୍ଡ ଘଟଣା: ମାନସ ସ୍ୱାଇଁଙ୍କ ଘରୁ ହାର୍ଡ ଡିସ୍କ ଜବତ କରିଛି ଚାନ୍ଦବାଲି ପୋଲିସ୍

ଚାନ୍ଦବାଲି(କେନ୍ଯୁଜ୍): ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ତାଙ୍କ ଘରୁ ହାର୍ଡ ଡିସ୍କ ଜବତ କରିଛି ଚାନ୍ଦବାଲି ପୋଲିସ। ତାକୁ ସେଣ୍ଟ୍ରାଲ ପୋରନ୍‌ସିକ୍‌ ସାଇଣ୍ଟିଫିକ୍‌ ଲ୍ୟାବ୍‌ କୋଲକତାକୁ ପଠାଯିବ। ସେଥିରେ କଣ ତଥ୍ୟ ରହିଛି ତାହା ଲ୍ୟାବ ରିପୋର୍ଟ ଆସିବା ପରେ ଜଣାପଡିବ। ଏପଟେ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ୱେବ ଚାନେଲ ମାଲିକାଣୀ ଓ ତାଙ୍କ ସହଯୋଗୀ ମହିଳାଙ୍କୁ ଖୋଜୁଛି ପୋଲିସ। ସେମାନଙ୍କୁ ଧରିବା ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ୍‌ ବାହାର ରାଜ୍ୟରେ ଡେରା ପକାଇଛନ୍ତି ।

ୱେବ ଚ୍ୟାନେଲ ମାଲିକାଣୀ ଓ ତାଙ୍କ ସହଯୋଗୀ ଏବଂ ଅନ୍ୟ ଜଣେ ମହିଳା ରାଜ୍ୟ ବାହାରକୁ ଚାଲିଯାଇଥିବା ପୋଲିସ ସୁରାକ ପାଇଛି। ଏହି ଆଧାରରେ ପୋଲିସ ତଦନ୍ତ ଚଳାଇଛି । ଗିରଫ ୩ ଅଭିଯୁକ୍ତଙ୍କୁ ଆଣି କ୍ରାଇମସିନ୍‌ ରିକ୍ରିଏସନ୍‌ କରିଥିଲା ଚାନ୍ଦବାଲି ପୋଲିସ । କିପରି ଅପହରଣ କରାଯାଇ ହତ୍ୟା କରାଯାଇଥିଲା ସେନେଇ ଡେମୋ ଦେଖାଇଛନ୍ତି ୩ ଅଭିଯୁକ୍ତ। ଅନ୍ୟପଟେ DNA ଟେଷ୍ଟ ପାଇଁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି।

ମାନସଙ୍କୁ ହତ୍ୟା ପଛରେ ଅଶ୍ଳୀଳ ଭିଡିଓ ଲିଙ୍କକୁ ସନ୍ଦେହ କରାଯାଇଛି। ତାକୁ ଖୋଜୁଛି ପୋଲିସ। ସୁନ୍ଦରପଦା ଦୟାଲ ଆଶ୍ରମରେ ମାନସଙ୍କୁ ନିର୍ଯାତନା ଦେଇ ହତ୍ୟା କରାଯାଇଥିଲା। ମୃତଦେହକୁ ନଷ୍ଟ କରିବା ପାଇଁ ୮ଟି ଜାଗା ଖୋଳିଥିଲେ ଅଭିଯୁକ୍ତ। ପରେ ରଣପୁର ନେଇ ସେଠାରେ ପୋତି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.