Below header

ମେଘାଳୟ ହାଇକୋର୍ଟଙ୍କ ଐତିହାସିକ ରାୟ! ଅଭିଯୁକ୍ତ ପୀଡ଼ିତାଙ୍କ ଅନ୍ତଃବସ୍ତ୍ର ଖୋଲିନି କହି ଦୁଷ୍କର୍ମ ମାମଲାରେ ଖସି ପାରିବେନି…

ମେଘାଳୟ ହାଇକୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି କି, କୌଣସି ବି ନାବାଳିକା ଉପରେ ଯୌନ ଆକ୍ରମଣ କରିବା ସମୟରେ ସେ ଅନ୍ତଃବସ୍ତ୍ର ପିନ୍ଧି ଥାଆନ୍ତୁ କି ନ ପିନ୍ଧି ଥାଆନ୍ତୁ, ତାହାକୁ ଦୁଷ୍କର୍ମ ହିଁ କୁହାଯିବ। ଅଭିଯୁକ୍ତଙ୍କୁ ଆଇପିସି ଧାରା ୩୭୫ (ବି) ଅଧୀନରେ ଦୋଷୀ ବୋଲି କୁହାଯିବ। ହାଇକୋର୍ଟ ୧୦ ବର୍ଷର ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲାରେ ଶୁଣାଣି କରିବା ସମୟରେ ଏହି ଐତିହାସିକ ରାୟ ଦେଇଛନ୍ତି।

ମେଘାଳୟ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଓ ଜଷ୍ଟିସ୍‌ ଡବ୍ଲ୍ୟୁ ଡିଏଦୋହଙ୍କ ଡିଭିଜନ ବେଞ୍ଚ ଏହି ମାମଲାରେ ନିମ୍ନ ଅଦାଲତଙ୍କ ଆଦେଶକୁ ବଳବତ୍ତର ରଖିଥିଲେ, ଯେଉଁଥିରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ଘଟଣା ୨୦୦୬ ସେପ୍ଟେମ୍ବର ୨୩ରେ ଘଟିଥିଲା।

ବିଚାରପତି କହିଥିଲେ କି, ଏକ ସପ୍ତାହ ପରେ ମେଡିକାଲ ଯାଞ୍ଚ ସମୟରେ ନାବାଳିକାଙ୍କ ପ୍ରାଇଭେଟ୍‌ ପାର୍ଟରେ ଯନ୍ତ୍ରଣା ହୋଇଥିଲା। ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଥିଲା ଯେ ନାବାଳିକାଙ୍କ ସହିତ ସିଧା ଯୌନ ସମ୍ବନ୍ଧ ରଖାଯାଇଥିଲା। ଏଥିରେ ଅଭିଯୁକ୍ତଙ୍କ ଦଲିଲ୍‌କୁ ଗୁରୁତ୍ୱ ଦିଆଯିବ ନାହିଁ କି, ସେ ନାବାଳିକାଙ୍କ ପ୍ରାଇଭେଟ୍‌ ପାର୍ଟରୁ କପଡ଼ା ଖୋଲି ନାହାନ୍ତି।

୨୦୧୮, ଅକ୍ଟୋବର ୩୧ରେ ନିମ୍ନ ଅଦାଲତ ଅଭିଯୁକ୍ତଙ୍କୁ ଦୁଷ୍କର୍ମ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କ ଉପରେ ୨୫ ହଜାର ଟଙ୍କାର ଜରିମାନା ଲଗାଇଥିଲେ। ଏହାପରେ ଅଭିଯୁକ୍ତ ନିମ୍ନ ଅଦାଲତଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ। ଏଥିସହ କୋର୍ଟରେ ଦଲିଲ୍‌ ଦେଇଥିଲେ ଯେ ଏହାକୁ ଦୁଷ୍କର୍ମ କୁହା ନ ଯାଉ। କାହିଁକି ନା, ଘଟଣାରେ ନାବାଳିକାଙ୍କ ଅନ୍ତଃବସ୍ତ୍ର ଖୋଲାଯାଇ ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.