ହରିପ୍ରସାଦ ହେବେ ୟୁପିଏ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ

ନୂଆଦିଲ୍ଲୀ : ଏନସିପିର ବନ୍ଦନା ଚଭନ ନୁହନ୍ତି, କଂଗ୍ରେସର ବି.କେ. ହରିପ୍ରସାଦ ହେବେ ୟୁପିଏ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ । ଗତକାଲି ୟୁପିଏ ପ୍ରାର୍ଥୀ ନେଇ ବନ୍ଦନା ଚଭନଙ୍କ ନାଁ ଚର୍ଚ୍ଚା ହେଉଥିଲା । ହେଲେ ଆଜି ବି.କେ. ହରିପ୍ରସାଦ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି । ବି.କେ. ହରିପ୍ରସାଦ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଥିଲେ । ସେହିପରି ଏନ୍ଡିଏ ପ୍ରାର୍ଥୀ ହୋଇଛନ୍ତି ହରିବଂଶ ନାରାୟଣ ସିଂହ । ବିଜେଡି, ଏନଡିଏ ନାଁ ୟୁପିଏ କାହାକୁ ସମର୍ଥନ କରିବ, ସେନେଇ ସ୍ପଷ୍ଟ ହୋଇନାହିଁ । ଆଜି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନିଷ୍ପିତ୍ତି ନେବେ । ଏନେଇ ନବୀନଙ୍କ ସହ ନିତୀଶ କୁମାର କଥା ହୋଇଛନ୍ତି । ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି ନିତୀଶ । ଅମିତ ଶାହା, ରାଜନାଥ ସିଂହ ଓ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ନବୀନଙ୍କ ସହ କଥା ହୋଇଛନ୍ତି । ୟୁପିଏ ମଧ୍ୟ ବିଜେଡିର ସମର୍ଥନ ମାଗିଛି । ତେବେ ଯେଉଁଆଡ଼େ ବିଜେଡି ଢଳିବ, ସେ ମେଣ୍ଟ ବାଜି ମାରିବ । ରାଜ୍ୟସଭା ଉପାଧ୍ୟାକ୍ଷ ପଦ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରାଯିବ । ଆସନ୍ତାକାଲି ହେବ ନିର୍ବାଚନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.