କୋଭିଡର ନୂଆ ସବ୍-ଭାରିଆଣ୍ଟକୁ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ, ଲଗାତାର କରାଯାଉଛି ମନିଟରିଂ ଓ ସର୍ଭିଲାନ୍ସ

ଭୟ ବଢ଼ାଇଲାଣି କୋଭିଡର ନୂଆ ସବ୍-ଭାରିଆଣ୍ଟ JN. 1 । କେରଳ ପରେ ଏବେ ଉତ୍ତର ପ୍ରଦେଶରେ ବ୍ୟାପିଲାଣି । ଗତକାଲି ଗୋଟିଏ ଦିନରେ ଦେଶରେ ମୋଟ ୩୩୫ ଜଣ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ୱର(କେନ୍ୟୁଜ): ଭୟ ବଢ଼ାଇଲାଣି କୋଭିଡର ନୂଆ ସବ୍-ଭାରିଆଣ୍ଟ JN. 1 । କେରଳ ପରେ ଏବେ ଉତ୍ତର ପ୍ରଦେଶରେ ବ୍ୟାପିଲାଣି । ଗତକାଲି ଗୋଟିଏ ଦିନରେ ଦେଶରେ ମୋଟ ୩୩୫ ଜଣ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେଥିରୁ ୪ ଜଣ କେରଳର ଏବଂ ଜଣେ ଉତ୍ତର ପ୍ରଦେଶର । ଅବଶ୍ୟ ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥତାଙ୍କ ସଂଖ୍ୟା ମଧ୍ୟ ଉତ୍ସାହଜନକ ବୋଲି କୁହାଯାଇଛି । ଆକ୍ଟିଭ କେସ ୧୭ ଶହ ଟପିଛି।

ଏଥିସହ ଦେଶରେ ମୋଟ କୋଭିଡ କେସ ୪ କୋଟି ୫୦ ଲକ୍ଷରେ ପହଞ୍ଚିଛି । ୪ କୋଟି ୪୬ ହଜାର ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ୯୮ ଦଶମିକ ୮୧ ପ୍ରତିଶତ ରହିଛି । ଏପଟେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ରହିଛି । କୋଭିଡ ମାମଲାର ଲଗାତାର ମନିଟରିଂ ଓ ସର୍ଭିଲାନ୍ସ କରାଯାଉଛି ।

ଇନଫ୍ଲୁଏଞ୍ଜା ଲାଇକ ଇଲନେସ -ILI ଓ ସିଭିଅର ଆକ୍ୟୁଟ ରେସପିରେଟୋରୀ ଇନଫେକ୍ସନ-SARI ମାମଲାଗୁଡ଼ିକର ଟେଷ୍ଟିଂହେଉଛି । ଜିନୋମ ସିକ୍ବେଏନସିଂ ପାଇଁ ପଠାଯାଇଛି ନମୁନା। ତେବେ କୋଭିଡର ନୂଆ ସବ ଭାରିଆଣ୍ଟ JN. 1 ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କିଛି ଗାଇଡଲାଇନ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.