Asus ଲଞ୍ଚ କରିବ ସ୍ମାର୍ଟଫୋନର ନୂଆ ସିରିଜ୍‌, ଜାଣନ୍ତୁ ଡିଟେଲ୍ସ

Asus ନିଜର ଆଗାମୀ Rog 8 ସିରିଜ୍ ଲଞ୍ଚ କରିବ । ଲଞ୍ଚ ପୂର୍ବରୁ Asus Rog 8 ସିରିଜର ସ୍ପେସିଫିକେସନ୍‌ ସାମ୍ନାକୁ ଆସିଛି । ଏହି ସିରିଜ୍ ଅଧୀନରେ କମ୍ପାନୀ Asus Rog 8 ଏବଂ Asus Rog 8 Pro ସ୍ମାର୍ଟଫୋନ୍ ଲଞ୍ଚ କରିବ ।

ନୂଆ ବର୍ଷ ଅବସରରେ ୯ ଜାନୁଆରୀ ଦିନ CES ଇଭେଣ୍ଟ ବା କନଜ୍ୟୁମର ଇଲେକ୍ଟ୍ରୋନିକ୍‌ ସୋ’ ଆୟୋଜିତ ହେବ । ଏହି ଇଭେଣ୍ଟରେ Asus ନିଜର ଆଗାମୀ Rog 8 ସିରିଜ୍ ଲଞ୍ଚ କରିବ । ଲଞ୍ଚ ପୂର୍ବରୁ Asus Rog 8 ସିରିଜର ସ୍ପେସିଫିକେସନ୍‌ ସାମ୍ନାକୁ ଆସିଛି । ଏହି ସିରିଜ୍ ଅଧୀନରେ କମ୍ପାନୀ Asus Rog 8 ଏବଂ Asus Rog 8 Pro ସ୍ମାର୍ଟଫୋନ୍ ଲଞ୍ଚ କରିବ । ଉଭୟ ଫୋନରେ ୬.୭୮ ଇଞ୍ଚର ଫୁଲ୍ HD ପ୍ଲସ୍ AMOLED ଡିସପ୍ଲେ ରହିବ । ଯାହା ୧୨୦Hz ର ରିଫ୍ରେସ୍‌ ରେଟକୁ ସପୋର୍ଟ କରିବ ।

ରିପୋର୍ଟ ଅନୁଯାୟୀ, ନୂଆ ସିରିଜରେ ଭଲ ଡିଜାଇନ ରହିଛି । Asus Rog 8 ସିରିଜରେ ଆପଣ ଆଣ୍ଡ୍ରଏଡ୍ 14, ROG UI, ୬.୭୮ ଇଞ୍ଚର ଡିସପ୍ଲେ ସହିତ ୧୨୦ hz ର ରିଫ୍ରେସ୍ ରେଟ୍ ପାଇବେ । ସ୍କ୍ରିନର ପ୍ରୋଟେକ୍ସନ ପାଇଁ କର୍ନିଙ୍ଗ୍ ଗୋରିଲା ଗ୍ଲାସ୍ ଭିକ୍ଟସ୍ 2 ର ପ୍ରୋଟେକ୍ସନ ମିଳିବ । Asus Rog 8 Pro ରେ ୧୬୫Hz ରିଫ୍ରେସ୍‌ ରେଟ୍‌ ଏବଂ HDR10 ସପୋର୍ଟ ମିଳିବ ।

ବେସ୍ ମଡେଲକୁ କମ୍ପାନୀ ୧୨ / ୨୫୬ GB ରେ ଲଞ୍ଚ କରିପାରିବ । ଅନ୍ୟପଟେ ପ୍ରୋ ମଡେଲ୍ ୧୬ GB ଏବଂ ୨୪ GB RAMରେ ୫୧୨ GB ଷ୍ଟୋରେଜ୍ ଏବଂ ୧ TB ସହିତ ଲଞ୍ଚ ହୋଇପାରିବ । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ Asus Rog 8 Proରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିବ ଯେଉଁଥିରେ ୩ MP ଅପ୍ଟିକାଲ୍ ଜୁମ୍ ସହିତ ୫୦ MP ସୋନି IMX890 ସେନ୍ସର, ୧୩ MP ଅଲଟ୍ରାୱାଇଡ୍ ସେନ୍ସର ଏବଂ ୩୨ MP ଟେଲିଫୋଟୋ ଲେନ୍ସ ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫ୍ରଣ୍ଟରେ ୩୨MP କ୍ୟାମେରା ମିଳିପାରିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.